Odiapua.com

ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ୧୭ ଅଭିଯୋଗ

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଆଜି ଅନୁଷ୍ଠିତ ହୋଇ ୧୭ ଅଭିଯୋଗର ଶୁଣାଣୀ କରାଯାଇଛି । ସୋମବାର ଛୁଟି ଥିବାରୁ ବ୍ଲକ ସମ୍ମିଳନୀ କକ୍ଷରେ ଦିବା ୧୦.୩୦ମି ସମୟରେ ଆରମ୍ଭ ହୋଇଥିଲା ଏହି ଶିବିର । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ଅଭିଯୋଗଗୁଡିକର ଶୁଣାଣୀ ପାଇଁ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଠାଜଳସେଚନ, ଭତ୍ତା, ରେସନକାର୍ଡ, ପୁଲିସ କାର୍ଯ୍ୟ ଆଧାରିତ ଆସିଥିଲା ମାତ୍ର ୧୭ଟି ଅଭିଯୋଗ । ବିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ଏହି ଶିବିର ପରିଚାଳନରେ ସହଯୋଗ କରିଥିଲେ ।