Odiapua.com

ଜିଲ୍ଲାପାଳଙ୍କ ଭିନ୍ନ ଅନ୍ଦାଜରେ ସ୍ଵାଗତ

ନୂଆଦିଲ୍ଲୀ,୩୧/୦୮,(ଓଡ଼ିଆ ପୁଅ ପି ନାଏକ): ଜିଲ୍ଲାପାଳଙ୍କୁ ନିଆରା ସ୍ୱାଗତ। ମିଜୋରମର ତିସୋପି ଗାଁରେ ଜିଲ୍ଲାପାଳଙ୍କୁ ପାଲିଙ୍କିରେ ବସାଇ ଗାଁକୁ ନେଲେ ଗ୍ରାମବାସୀ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଅଗଷ୍ଟ ୨୭ ତାରିଖରେ ଜିଲ୍ଲାପାଳ ଭୂପେଶ ଚୌଧୁରୀ ଗାଁରେ ପହଞ୍ଚିଥିଲେ। ପ୍ରଥମ ଜିଲ୍ଲାପାଳ ଭାବେ ସେ ତିସୋପି ଗାଁରେ ପହଞ୍ଚିଥିବାରୁ ଗାଁର ଲୋକମାନେ ଖୁବ୍‌ ଉତ୍ସାହିତ ହୋଇପଡିଥିଲେ। ସେମାନେ ଜିଲ୍ଲାପାଳଙ୍କୁ ପାଲିଙ୍କିରେ ବୋହି ଗାଁକୁ ନେଇଥିଲେ।

ତିସୋପି ଗାଁ ମିଜୋରମର ସିୟାହା ଜିଲ୍ଲାରେ ଅବସ୍ଥିତ। ଗାଁକୁ ଯିବାପାଇଁ ଏବେ ବି ପକ୍କା ସଡ଼କ ନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧିନରେ ଗାଁକୁ ଯିବାକୁ ୧୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଆଦେଶ ହୋଇଛି। ଏହି ରାସ୍ତା କାମର ସମୀକ୍ଷା ପାଇଁ ତିସୋପି ଗାଁ ପହଞ୍ଚିଥିଲେ ଜିଲ୍ଲାପାଳ। କିଛି ଦିନ ପୂର୍ବରୁ ଭୂପେଶଙ୍କ ଏଠାରେ ପୋଷ୍ଟିଂ ହୋଇଛି।