Odiapua.com

ଜିଲ୍ଲାପାଳଙ୍କ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲପାଳ ଡ- ଜ୍ଞାନ ଦାସ ଆଜି ଧାମନଗର ବ୍ଳକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଚାଉଳ ଓ ଅର୍ଥରାଶିର ବଣ୍ଟନ ସଠିକ ଭାବେ ହେଉଛି କି ନାହିଁ ଏହାର ତଦାରଖ କରିଥିଲେ। ବନ୍ୟାରେ ଭାଙ୍ଗି ଯାଇଥିବା ଘର ଗୁଡିକ ବୁଲି ଦେଖିବା ସହ ସେମାନଙ୍କର ବର୍ତ୍ତମାନର ସ୍ଥିତି ପଚାରି ବୁଝିଥିଲେ। ଜିଲ୍ଲାପାଳ ଧାମନଗର ବ୍ଲକର ନେଞ୍ଜରା, ଫତେପୁର, ନଦୀଗାଁ ଗ୍ରାମକୁ ସେଠାରେ ଘରଭଙ୍ଗା ଦେଖିବା ସହିତ ଚାଷଜମି ଦେଖି ଫସଲହାନୀ ସମ୍ପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ। ପରେ ଶିବପୁର ଗ୍ରାମରେ ବଣ୍ଟନ ହେଉଥିବା ରିଲିଫ ବାବଦକୁ ୫୦ କିଲୋ ଚାଉଳ ଓ ୫ଶହ ଟଙ୍କାର ସୁଷମ ବଣ୍ଟନର ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ସହ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଧାମନଗର ସହକାରୀ କୃଷି ଅଧିକାରୀ ରାଧାରମଣ ମହନ୍ତ, ଅତରିକ୍ତ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ଉପସ୍ଥିତ ଥିଲେ।