ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସିଆରସିସି ଅବମାନନା କରିବା ସହିତ ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାଇ ନଳଗୋହିରା କ୍ଲଷ୍ଟର ର ନୂତନ ସିଆରସିସି ଭାବେ ମନୋଜ ସାହୁ ଙ୍କୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ୨୧-୬-୨୫ ରିଖ ପତ୍ରାଙ୍କ ୧୫୪୫ ମୂଳେ ନଳଗୋହିରା କ୍ଲଷ୍ଟର ରେ ନୂତନ ସିଆରସିସି ଭାବରେ ଯୋଗ ଦେବାକୁ ଚିଠି କରାଯାଇଥିଲା। ଏହି ଚିଠି ମୂଳେ ୨୩-୬-୨୫ ରେ ମନୋଜ ସାହୁ ଏହି କ୍ଲଷ୍ଟ ରରେ ଯୋଗ ଦେଇଥିଲେ। ହେଲେ ଉକ୍ତ କ୍ଲଷ୍ଟରରେ ପୂର୍ବରୁ ଦାୟିତ୍ୱ ରେ ଥିବା ସିଆରସିସି ବିରନାରାୟଣ ଦାସ ନୂତନ ସି ଆର ସି ସି ଙ୍କୁ ୨୩-୭-୨୫ ରିଖ ସୁଦ୍ଧା ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସେ ଆଜି ପର୍ଯ୍ୟନ୍ତ ଏହି ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତି।। ତେବେ ପୂର୍ବତନ ସିଆରସିସି ନୂତନ ସିଆରସିସି ଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁନଥିବା କାରଣରୁ ନୂତନ ସିଆରସିସି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ସିଆରସିସି ମନୋଜ ସାହୁ ଙ୍କୁ କ୍ଲଷ୍ଟର ଚଳାଇବା ପାଇଁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିବା ସହ ଏହି କ୍ଲଷ୍ଟର ରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ହେଉନଥିବା ସହ ପୂର୍ବତନ ସିଆରସିସି ସମସ୍ତ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହିତ ତାଙ୍କୁ ନଳଗୋହିରା କ୍ଲଷ୍ଟର ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ସିଆରସିସି ମନୋଜ ସାହୁ ଚାନ୍ଦବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ବିଷୟରେ ବ୍ଲକ ଶିକ୍ଷା ଧିକାରୀ କୌଣସି ମତ ରଖି ନଥିଲେ।