Odiapua.com

ଜିଲ୍ଲାପାଳଙ୍କ ନିର୍ଦେଶକୁ ମାନୁ ନାହାନ୍ତି ଚାନ୍ଦବାଲି ଥାନାଧିକାରୀ, ସପରିବାର ଆତ୍ମାହୂତି ଦେବେ ବୋଲି ଚେତାବନୀ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଇଟୁଆ ଗ୍ରାମର କାଂଚନ ବାରିକଙ୍କ ପରିବାର ଉପରେ ପଡୋଶୀ ଙ୍କ ମରଣାତ୍ମକ ଆକ୍ରମଣକୁ ନେଇ ପ୍ରଥମେ ଅଭିଯୋଗକାରିଣୀ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା ମଧ୍ୟ କରିଥିଲେ। ପରେ ଏହି କଥାକୁ ନେଇ ଚାନ୍ଦବାଲି ଥାନାଧିକାରୀଙ୍କ ନିକଟରେ ପୁନଃବାର ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ସମସ୍ତ ଅଭିଯୋଗ ପରେ ମଧ୍ୟ ଚାନ୍ଦବାଲି ଥାନାଧିକାରୀ ଦୋଷୀଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ବୋଲି ଅଭିଯୋଗକାରିଣୀ ବାଂଚନ ବାରିକ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଇଟୁଆ ଗ୍ରାମର କାଂଚନ ବାରିକ ଏବଂ ତାଙ୍କ ସ୍ୱାମୀ ପ୍ରଦ୍ୱୀପ ବାରିକ ସେହି ଗ୍ରାମର ରମାକାନ୍ତ ଦାସଙ୍କ ଜମି କିଣିବା ପାଇଁ ୬ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ରମାକାନ୍ତ ଦାସ ଇଟୁଆ ମୌଜାରେ ଥିବା ଖାତା ନଂ ୨୭୪/୧୯୦ ଏବଂ ପ୍ଲଟ ନଂ ୫୦୧ ରୁ ୧୦ ଡେସିମିଲ ଜାଗା କାଂଚନ ବାରିକ ଏବଂ ତାଙ୍କ ସ୍ୱାମୀକୁ ଦେବା ପାଇଁ ଭଦ୍ର ଲୋକଙ୍କ ଉପସ୍ଥିତିରେ ଲେଖାପଢା ହୋଇଥିଲା। ମାତ୍ର ରମାକାନ୍ତ ସେହି ପ୍ଲଟକୁ ବିକ୍ରି କରିବା ବଦଳରେ ସେହି ସ୍ଥାନରେ ନିଜର ଘର ନିର୍ମାଣ କରୁଥିବାରୁ କାଂଚନ ବାରିକ ଏବଂ ତାଙ୍କ ସ୍ୱାମୀ ପ୍ରଦ୍ୱୀପ ବାରିକ ଏହାକୁ ବିରୋଧ କରିବା ସହ ଘର ନିର୍ମାଣ କରିବାରେ ବାଧା ଦେଇଥିଲେ। ଫଳରେ ରମାକାନ୍ତ ଦାସଙ୍କ ପରିବାର କାଂଚନଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରିବା ଫଳରେ କାଂଚନ ଙ୍କ ପରିବାର ମାଡ ଖାଇ ଲହୁ ଲୁହାଣ ହୋଇ ମେଡିକାଲରେ ଚିକିତ୍ସିତ ହେବା ପରେ ଚାନ୍ଦବାଲି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଚାନ୍ଦବାଲି ଥାନାଧିକାରୀ ସଂପୃକ୍ତ ଦୋଷୀ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନଥିଲେ। ଅନ୍ୟ ଉପାୟ ନପାଇ ଶେଷରେ କାଂଚନବାରିକ ଚାନ୍ଦବାଲି ବ୍ଲକରେ ହୋଇଥିବା ଅଭିଯୋଗ ଶୁଣାଣୀରେ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ସମସ୍ତ କଥା ଅବଗତ କରାଇଥିଲେ। ଭଦ୍ରକ ଜିଲ୍ଲାପାଳ ମହୋଦୟ କାଂଚନ ବାରିକଙ୍କ ଦରଖାସ୍ତ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାନ୍ଦବାଲି ଥାନାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ୮ଦିନ ବିତିଯାଇଥିଲେ ମଧ୍ୟ କାଂଚନ ବାରିକଙ୍କ ପରିବାର ନ୍ୟାୟ ପାଇବା ପରିବର୍ତେ ସବୁ ସମୟରେ ଜୀବନରୁ ମାରି ଦେବାକୁ ଧମକ ପାଉଛନ୍ତି। ଏନେଇ କାଂଚନଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପରିବାର ପ୍ରତି ଚାନ୍ଦବାଲି ପୁଲିସର ପାତର ଅନ୍ତର ନୀତି କୁ ନେଇ ଆଶଙ୍କାରେ ଦିନ ବିତାଉଛନ୍ତି ବୋଲି କହିଥିଲେ। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ କାଂଚନଙ୍କ ପରିବାର ଭଦ୍ରକ ଏସ ପି ଙ୍କ ଅଫିସ ଆଗରେ ସପରିବାର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ ଚାନ୍ଦବାଲି ଥାନାଧିକାରୀ ପଂଚାନନ ମହାନ୍ତି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହା ଜମିଜମା ସଂକ୍ରାନ୍ତୀୟ ହୋଇଥିବା ବେଳେ କୋର୍ଟ ଯାହା ନିଷ୍ପତି ଗ୍ରହଣ କରିବ।