Odiapua.com

ଜିଲ୍ଲାପାଳଙ୍କ ନିବାସରେ ଗୋମାତାଙ୍କୁ ଦର୍ଶନ କଲେ ବିଷ୍ଣୁଜୀ ମହାରାଜ

ପୁରୀ, ୦୭/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତୀୟ ପ୍ରଶାସନିକ ସେବାରେ ଥାଇ ମଧ୍ୟ ଗୋଭକ୍ତିକୁ ନିଜର କର୍ତ୍ତବ୍ୟ ରୂପେ ପାଳନ କରିଥିବା ଜିଲ୍ଲାପାଳ ବଲବନ୍ତ ସିଂ ନିଜ ନିବାସରେ ପ୍ରତ୍ୟହ ଗୋସେବା କରିଥାନ୍ତି। ଗତକାଲି ଗୋଧାମ ଗୋଶାଳାର ମୁଖ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ମହାରାଜ ଜିଲ୍ଲାପାଳଙ୍କ ସହିତ ସୈାଜନ୍ୟମୂଳକ ସାକ୍ଷାତ କରୁଥିବା ବେଳେ ଜିଲ୍ଲାପାଳଙ୍କ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କ ଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଜୀ ଅତ୍ୟନ୍ତ ଖୁସି ହୋଇ ଗୋବିନ୍ଦ ଗୋଧାମ ଗୋଶାଳା ଏବଂ ଜିଲ୍ଲାପାଳଙ୍କ ନିବାସକୁ ସମାନତା ଆଣି ଅତି ପ୍ରସନ୍ନ ହୋଇ ଗୋମାତାଙ୍କ ଆର୍ଶୀବାଦ ଜିଲ୍ଲାପାଳଙ୍କୁ ମିଳୁ ଏବଂ ଯେଉଁଠିକିଭି ଯାଉଛନ୍ତି ସେଠାରେ ଗୋଶାଳାରେ ନିଜକୁ ନିୟୋଜିତ କରନ୍ତୁ ବୋଲି ନିଜର ଆଶା ପ୍ରକଟ କରିଥିଲେ।