Odiapua.com

ଜିଲ୍ଲାପାଳଙ୍କ ନାମରେ ଖଣିଦୁର୍ନିତି ଅଭିଯୋଗ କଲେ ପିସିସି କାର୍ଯ୍ୟକାରି ସଭାପତି ,ଏହା ମିଥ୍ୟାବୋଲି ଅଭିଯୋଗକୁ ଖଣ୍ଡନ କଲେ ଜିଲ୍ଲାପାଳ

ମାଲକାନଗିରି,୨୨ ।୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡେର ଫିକ୍ସିଂ ଓ ଖଣିଦୁର୍ନିତିରେ ଲାଚଂକାରବାର ସଂପର୍କରେ ସଙ୍ଗିନ ଅଭିଯାଗ ଆଣିଛନ୍ତି ପିସିସି କାର୍ଯ୍ୟକାରି ସଭାପତି ଓ ଜିଲ୍ଲାକଂଗ୍ରେସ ଦଳ । ଆଜି ମାଲକାନଗରି ଜିଲ୍ଲାକଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁବ ର୍ତନ ସାଂସଦ ତଥା ପ୍ରଦେଶ କଂଗ୍ରସ କମଟି କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ ଖୋଲମ ଖୋଲା ଭାବେ କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ଡ.ୟେଦୁଲା ବୀଜୟ ଆନ୍ଦ୍ରପ୍ରଦେଶର ସି.ଏଚ,ବେଣୁଗୋପାଳ ନାମକ ଜଣେ ବ୍ୟକ୍ତି ଙ୍କ ଘରୋଇ କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ତାଙ୍କ ଠାରୁ କୋଟିଏ ଟଙ୍କା ଓ ଏକ କାର ଉପହାର ନେଇ ଟେଣ୍ଡେର ଫିକ୍ସିଂ କରି ତାଙ୍କ ହତାରେ ଜିଲ୍ଲାର ଖଣିଖାଦନକୁ ଟେକି ଦେଇଛନ୍ତି । ଅପର ପକ୍ଷରେ ଶ୍ରୀମାଝୀଙ୍କ ଅଭିଯୋଗକୁ ଖଣ୍ଡନ କରି ଜିଲ୍ଲାପାଳ ଗୁଗୁଲ ମିଟ ଅନଲାଇନ ମାଧ୍ୟମରେ ଏହା ମିଥ୍ୟ ଅଭିଯୋଗ ବୋଲି ତାଙ୍କର ପ୍ରତିକ୍ରୀୟା ରେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି । ରାଜ୍ୟସରକାର ଙ୍କ ନିୟମ ଅଛି ଲଘୁଖଣି ଖାଦାନର ନିଲାମ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ହେବା କଥା ,କିନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଟରେ ଗତ ମାର୍ଚମାସ ୨୦ତାରିଖରେ ଖଣି ଲିଜ ପାଇଁ ଟେଣ୍ଡେର ଆହ୍ୱାନ କରାଯାଇଥିଲା । ଟେଣ୍ଡେର ଆହ୍ୱାନ ପ୍ରକ୍ରିୟା ଶେଷ ହେବାପରେ ଟେଣ୍ଡେର ବାକ୍ସକୁ ସ୍ଥାନୀୟ ଟ୍ରେଜେରୀ ରେ ରଖିବା ବଦଳରେ ତିନିଦିନପରେ ୨୩ତାରିଖରେ ଟ୍ରେଜେରି କୁ ନିଆ ଯାଇଥିଲା , ଉକ୍ତ କମ୍ପାନିକୁ ଅନୁକମ୍ପା ଦେଖାଇ ଡଙ୍ଗର ଓ ଧାନ ଜମିରେ ୫କୋଟି ଟଙ୍କାର ଘର ଓ ପ୍ଲାଟଂ ଥିବାର ଦର୍ଶାଇ ଏକ କୋଟି ଟଙ୍କାର ସଲଭେନ୍ସ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ସାର୍ଟିଫିକେଟକୁ ଆଧାର କରି ବେଆଇନ ଭାବେ ଉକ୍ତ ବ୍ୟକ୍ତିଙ୍କୁ ୨କୋଟି ୩୮ ଲକ୍ଷ ୯୩ହଜାର୨୦୦ଟଙ୍କା ମୂଲ୍ୟର ଖଣି ଲିଜ ଦିଆଯାଇଛି । ଯେତିକି ଟଙ୍କାର ଖଣିଲିଜ ନେବା କଥା ସେତିକି ମୂଲ୍ୟର ସଲଭେନ୍ସ ସାର୍ଟିଫିକେଟ ଦେବାକଥା ,୨୦ତାରିଖରେ ଟେଣ୍ଡେର ହେଲା ତନିଦିନଧରି ଟେଣ୍ଡେର ବାକ୍ସ କେଉଁଠି କେଉଁ ଉଦେଶ୍ୟରେ ଥିଲା । ମାର୍ଚ୩୦ତାରିଖ ଦିନ ଟେଣ୍ଡେର ଖୋଲାଯିବାପରେ କାହାରି ମତା ମତ ନନେଇ ଆନ୍ଦ୍ରର ଉକ୍ତକମ୍ପାନୀକୁ ୭ଟି ଲଘୁଖଣିଖାଦାନ ଲିଜ ଦିଆଯାଇଛି । ଉକ୍ତ କମ୍ପାନୀ ଲିଜ ପାଇବାର ଦିନକପରେ ଏମଜି ହେକ୍ଟର କାର ଜିଲ୍ଲାପାଳଙ୍କୁ ଉପହାର ମିଳିଥିବାର ଓ ଜିଲ୍ଲାପାଳ ଟେଣ୍ଡେର ଫିକ୍ସିଂ କରିବା ସହିତ ଖଣି ଖାଦାନ ଲିଜ ଦେବା ନାମରେ ଦୁର୍ନିତି କରିଥିବାର ଶ୍ରୀ ମାଝୀ ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳୀନରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର,କାର୍ଯକାରି ସଭାପତି ରାମ ପଟନାୟକ,କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢୀ,ଜି.ଶ୍ରୀନିବାସ ରାଓ,ପର୍ଶୁରାମ ଭକ୍ତ,ମହିଳା କଂଗ୍ରେସ ନେତ୍ରୀ କମଳା ଢାଲି,ପ୍ରମୁଖ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଅପର ପକ୍ଷରେ ଆଜି ସଂନ୍ଧ୍ୟାରେ ଶ୍ରୀ ମାଝୀଙ୍କ ଅଭିଯୋଗ କୁ ଜିଲ୍ଲାପାଳ ୟେଦୁଲା ବୀଜୟ ଖଣ୍ଡନ କରି ନିୟମ ଅନୁସାରେ ଟେଣ୍ଡେର ପ୍ରକ୍ରିୟା କରାଯାଇଛି, କୌଣିସ ଟେଣ୍ଡେର ଫିକ୍ସିଂ କିମ୍ବା ଲାଚଂ କାରବାର ହୋଇନାହିଁ ,ଏହା ମିଥ୍ୟା ଅଭିଯୋଗ ବୋଲି ଗୁଗୁଲ ମିଟ ମାଧ୍ୟମରେ ତାଙ୍କର ପ୍ରତିକ୍ରୀୟା ରଖି ଗଣ ମାଧ୍ୟମକୁ ସୁଚନା ଦେବା ସହିତ ଗଣମାଧ୍ୟମ ପ୍ରତି ନିଧିଙ୍କ ପ୍ରଶ୍ନର ଉତର ଦେଇଥିଲେ ।