Odiapua.com

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ୧୦୫ ଅଭିଯୋଗ ଗ୍ରହଣ

ଭଦ୍ରକ ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ସିବିରି ସୋମବାର ଦିନ ଅନୁଷ୍ଟିତ ହୋଇଥିଲା। ଏଥିରେ ୧୦୫ ଟି ଅଭିଯୋଗ ଗ୍ରହଣ କରି ଉପସ୍ଥିତ ବିଭାଗୀୟ ଅଧିକାରି ଙ୍କ ଉପସ୍ଥିତ ରେ ସମାଧାନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟ,ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଏଡିଏମ ସରୋଜ କୁମାର ଦତ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ , ଜିଲ୍ଲା ଉନ୍ନୟନ ଅଧିକାରି ଶୁଭେନ୍ଦ୍ର ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଧିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ହୋଇ ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି ଅବସର ରେ ଜିଲ୍ଲା ରେଡ କ୍ରଶ ଓ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୫ ଜଣ ଙ୍କୁ ୧ ଲକ୍ଷ ୪୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ଏହି ଅବସର ରେ ଧାମନଗର ଡ଼ାକ୍ତର ଖାନା ରେ ଏସ୍କ ରେ ଖରାପ , ଆବାସ ଘର,ସରକାରି ଯାଗା ଜବର ଦଖଲ, ଧାନକିଣା ଇତ୍ୟାଦି ଉପରେ ଅଭି ଯୋଗ ଆସିଥିଲା। ବିଡ଼ିଓ ବନବିହାରି ଦିନ୍ଦା,ତହସିଲଦାର ସାଇ ଶ୍ରୀ ଲୋକନାଥ ସେଠୀ କାର୍ଯ୍ୟକ୍ରମ କୁ ସହ ଯୋଗ କରିଥିଲେ।