Odiapua.com

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ ନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ତଦନ୍ତ ନିର୍ଦ୍ଦେଶ, ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାଇତ୍ୱ ନେବେ ଜଣେ ଦକ୍ଷ ଅଧିକାରୀ।

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ)ବଲାଙ୍ଗୀର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଏକ ଗଣ୍ଡଗୋଳ କୁ ନେଇ ପ୍ରଶାସନ ତରଫରୁ ପଦକ୍ଷେପ ନିଆ ନ ଯିବା ଓ ଅଭିଯୁକ୍ତ ଙ୍କୁ ଗିରଫ ନ କରିବା ଅଭିଯୋଗ କରି ଗତ ୧୫ ତାରିଖ ଦିନ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ପୋଲିସ ଉଦ୍ଧାର କରିଥିଲା। ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ମିନାପାଲି ଗ୍ରାମର ଜୀବରଧନ ସୁନା, (ବ-୫୫) ଙ୍କୁ ଗତ ତା୦୫-୦୭-୨୦୨୦ରିଖ ଦିନ ପ୍ରାୟ ଅପରାହ୍ନ ୪ ଟା ସମୟରେ ଉକ୍ତ ଗ୍ରାମର ଛଅ ଜଣ ଯଥା, କୁନ୍ତ ସୁନା(୩୫), ଲୁଚନ ସୁନା(୨୩), କଲାକାନହୁ ସୁନା(୪୫), ଚୈତନ ସୁନା(୩୬), ଟିକେ ସ୍ୱର ସୁନା(୩୪)ଦିଲୀପ ସୁନା(୩୦) ଏହି ସମସ୍ତେ ଯୋଜନା ବଦ୍ଧ ଭାବେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ଟିଟିଲାଗଡ଼ ପୋଲିସ ଆହତ ଜୀବର୍ଦ୍ଧନ ଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠେଇ ଏକ ମାମଲା ରୁଜ୍ଜୁ କରିଥିଲେ। ତେବେ ଉକ୍ତ ଜୀବର୍ଦ୍ଧନ ଟିଟିଲାଗଡ଼ ଡାକ୍ତର ଙ୍କ ପରାମର୍ଶରେ ପ୍ରଥମେ ବଲାଙ୍ଗୀର ଓ ସେଠୁ ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥିଲେ। ପ୍ରାୟ ଦୁଇ ମାସ ଚିକିତ୍ସାଧୀନ ରହି ତାଙ୍କ ବାମ ଗୋଡ଼ର ଅସ୍ତ୍ରୋପଚାର କରି ରହି ଫେରିଥିଲେ। ସେ ଫେରି ପୋଲିସ ଉକ୍ତ ଛଅ ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଜଣାଇଥିଲେ। ହେଲେ ପୋଲିସ ଏକ ମାମଲା ରୁଜ୍ଜୁ ହୋଇ ସାରିଥିବା ଓ ତାଙ୍କୁ ସରକାରୀ ଆଇନ ଅନୁଯାୟୀ ନୋଟିସ ଯିବ ବୋଲି ଜଣେଇଥିଲେ। ହେଲେ ଜୀବର୍ଦ୍ଧନ ତାଙ୍କୁ ଗିରଫ କରିବା ଜିଦ କରି ଟିଟିଲାଗଡ଼ ଉପଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳ, ତଥା ଟିଟିଲାଗଡ଼ ଉପଖଣ୍ଡ ଅରକ୍ଷୀ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ଓ ଗୃହସଚିବ ଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ନୂତନ ସରକାରୀ ନିୟମ ଅନୁଯାୟୀ ସାତ ବର୍ଷ ରୁ ଉର୍ଦ୍ଧ୍ବ ଦଣ୍ଡ ବ୍ୟବସ୍ଥା ଥିବା ଅଭିଯୋଗ ରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ନିୟମ ଲାଗୁ ହୋଇଥିବା ଓ ସାତ ବର୍ଷରୁ କମ ଦଣ୍ଡ ବିଧାନ ବ୍ୟବସ୍ଥା ରେ ପୋଲିସ ନୋଟିସ ଜାରି କରିବ ଓ ସେ ଅଦାଲତ ରେ ହାଜର ହେବା ବ୍ୟବସ୍ଥା ଥିବାରୁ ତାଙ୍କୁ ଗିରଫ କରାଯାଇ ପାରିବନାହିଁ, ବୋଲି ପୋଲିସ ଜଣେଇଥିଲା। ତେବେ ପ୍ରାୟ ଦୁଇ ମାସ ପରେ ବୁର୍ଲା ରୁ ଫେରି ଜୀବର୍ଦ୍ଧନ ତାଙ୍କ ଗୋଡ ଅଚଳ ହୋଇ ଯାଇଥିବା ଓ ପୋଲିସ ଗିରଫ ନ କରିବା ଅଭିଯୋଗ କରିଥିଲେ। ବାରମ୍ବାର ବିଭିନ୍ନ ଅଧିକାରୀ ଙ୍କ ନିକଟରେ ଗୁହାରୀ କରି ନିରାଶ ହୋଇ ଆତ୍ମାହୁତି ଉଦ୍ୟମ କରିବା ନିଷ୍ପତ୍ତି ନେଇଥିଲେ। ହେଲେ ପୂର୍ବରୁ ରୁଜ୍ଜୁ ହୋଇଥିବା ମାମଲା ବେଳେ ତାଙ୍କର ବାମ ଗୋଡ଼ ଭିତରେ ଭାଙ୍ଗି ଥିବା ନେଇ ଡାକ୍ତର କୌଣସି ରିପୋର୍ଟ ପ୍ରଦାନ କରି ନ ଥିଲେ। ଏଣୁ ଉକ୍ତ ମାମଲା ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ନ ଥିଲା।ରିପୋର୍ଟ ଦେଇ ନ ଥିବାରୁ ଅଦାଲତ ନିୟମ ମୁତାବକ ୩୦୭ ଧାରା ଦାୟର କରାଯାଇ ନ ଥିଲା। ଏ ନେଇ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ଜୀବର୍ଦ୍ଧନ ଙ୍କୁ ପୁନଃ ଏକ ଏତଲା ଦେବା ଓ ଘଟଣା ର ସଠିକ ତଦନ୍ତ ସହ ଜଣେ ଦକ୍ଷ ପୋଲିସ ଅଧିକାରୀ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏ ନେଇ ଜୀବର୍ଦ୍ଧନ ଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଏବେ ସ୍ୱତନ୍ତ୍ର ଭାବେ ଉକ୍ତ ନିଯୁକ୍ତ ଅଧିକାରୀ କଣ ପଦକ୍ଷେପ ଗ୍ରହଣ କରିବେ ଓ ତାଙ୍କୁ କିଭଳି ନ୍ୟାୟ ମିଳି ପାରିବ ସେ ଦିଗରେ ସମସ୍ତ ଙ୍କ ନଜର ରହିଛି। ସେହିପରି ଏହି ନୂତନ ନିୟମ ବିଷୟରେ ସାଧାରଣ ରେ ନା ନା ପ୍ରକାର ଆଲୋଚନା, ପର୍ଯ୍ୟାଲୋଚନା ହେଉଛି।