Odiapua.com

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ଆତ୍ମାହୁତି ଉଦ୍ୟମ

ବଲାଙ୍ଗୀର, ତା୧୫-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ମିନାପାଲି ଗ୍ରାମର ଜୀବର୍ଦ୍ଧନ ସୁନା ନାମକ ଜଣେ ବ୍ୟକ୍ତି ଜମି ବିବାଦ କୁ ନେଇ ଟିଟିଲାଗଡ ଥାନାରେ ଅଭିଯୋଗ କରିଥିଲେ ହେଲେ ପୋଲିସ ତାଙ୍କ ଏତଲା ନେଇ ବାରମ୍ବାର ବିଭିନ୍ନ ଅଧିକାରୀ ଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ, ନିବେଦନ କରି କରି ନିରାଶ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ଉଦ୍ଧାର କରି କାର୍ଯ୍ୟାନୁଷ୍ଠାନ ହେବା ପ୍ରତିଶ୍ରୁତି ଦେଇଥିଲେ। ତେବେ ପୂର୍ବରୁ ଯୋଜନା ବଧ ଭାବେ ତାଙ୍କ ଘରେ ପଶି ଜୀବରଧନ ତଥା ତାଙ୍କ ସ୍ତ୍ରୀ ଓ ବୋହୁ ଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଆକ୍ରମଣ ରେ ଜୀବର୍ଦ୍ଧନ ନିଜ ର ଗୋଟିଏ ଗୋଡ଼ ଅକ୍ଷମ ହୋଇ ଯାଇଥିଲା। ଏ ନେଇ ତିନିମାସ ରୁ ଉର୍ଦ୍ଧ୍ବ ହେବା ସତ୍ୱେ ଉକ୍ତ ଆକ୍ରମଣ କରିଥିବା ଛଅ ଜଣଙ୍କୁ ଗିରଫ ନ କରିବା ନେଇ ନିରାଶ ହୋଇ ଏଭଳି ପଦକ୍ଷେପ ନେଇ ଥିଲେ। ବଲାଙ୍ଗୀର ଟାଉନ ପୋଲିସ ଉଦ୍ଧାର କରିବା ସହ ମାମଲା ରେ ଅଭିଯୁକ୍ତ ଙ୍କୁ ନିଶ୍ଚିତ ଗିରଫ କରିବା ପ୍ରତିଶୃତି ଦେଇଥିବା ବେଳେ ତାଙ୍କ ନ୍ୟାୟ ମିଳିବା ନେଇ ବିଭିନ୍ନ ମହଲରେ ଦାବି ହେଉଛି।