Odiapua.com

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ ପ୍ରଦର୍ଶନ

ବଲାଙ୍ଗୀର, ୩୦-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଉତ୍ତରପ୍ରଦେଶର ହଥରାସ ଠାରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାରେ ଦୋଷୀଙ୍କୁ ଫାଷ୍ଟଟ୍ରାକ୍‌କୋର୍ଟରେ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ ଆଜି ଏଆଇଡିଏସ୍‌ଓ ତରଫରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା। ଏଥିସହିତ ଅଶ୍ଲିଳ ସିନେମା ଓ ସଂଗୀତ ୱେବସାଇଟକୁ‌ସଂପୂର୍ଣ୍ଣ ବନ୍ଦ କରିବା, ମଦ ତଥା ମାଦକ ଦ୍ରବ୍ୟ ବନ୍ଦ କରିବା ଓ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି ହୋଇଛି। ଏହି ପ୍ରତିବାଦ ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସର୍ବ ଭାରତୀୟ କାଉନସିଲର୍‌ସୁନୀଲ ଭୋଇ, ମମତା ନାୟକ, ବିମଳ ଭୋଇ, ମିଲି ବାଗ ସହ ବହୁ ସଦସ୍ୟ ସାମିଲ ଥିଲେ।