Odiapua.com

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ କଲେ କଂଗ୍ରସ ଦଳ

ମାଲକାନଗିରି,୨୮ା୨(ଓଡିଆ ପୁ୍‌ଅ ) ଦିଲ୍ଲୀରେ ହିଂସାକାଣ୍ଡ ଘଟି ୩୮ଜଣଙ୍କ ପ୍ରାଣ ହାନି ପାଇଁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଙ୍କୁ ଦାୟୀ କରି ତାଙ୍କ ଇସ୍ତପା ଦାବିନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ କୁଶପୁତଳିକା ଦାହ କରିଛନ୍ତି କଂଗ୍ରେସ ଦଳ । ଦେଶ ତଥା ଦିଲ୍ଲୀରେ ଦଙ୍ଗାପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତୁରନ୍ତ ଇସ୍ତପା ଦିଅନ୍ତୁ ଦାବିକରି ମାଲକାନଗିରି ଜିଲ୍ଲାକଂଗ୍ରେସ ସଭାପତି ଗୋବନ୍ଦପାତ୍ର ଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ରାମପ୍ରସାଦ ପଟନାୟକ,ପର୍ଶୁରାମଭକ୍ତ,ପଦ୍ମପାଙ୍ଗି,ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଏକ ସୋଭାଯାତ୍ରାରେ ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହକରିଥିଲେ । କେନ୍ଦ୍ରଗୃହ ମନ୍ତ୍ରୀ ଶ୍ରୀ ଶାହାଙ୍କ ଇସ୍ତପା ଦାବିକରି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଠ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।