Odiapua.com

ଜିଲ୍ଲାପାଳଙ୍କ ଅଚାନକ ଆହାର କେନ୍ଦ୍ର ଯାଞ୍ଚ

ପୁରୀ ୮/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସଦର ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ର ଖାଦ୍ୟମାନ ଗତକାଲି ସଂଧ୍ୟାରେ ଜିଲ୍ଲାପାଳ ଅଚାନକ ଭାବେ ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ସେଠାରେ ବସି ଖାଉଥିବା ଲୋକଙ୍କ ଠାରୁ ଖାଦ୍ୟର ସ୍ୱାଦ, ପରିମାଣ ଓ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ସେ ପଚାରି ବୁଝିଥିଲେ। ଆହାର କେନ୍ଦ୍ରରୁ ବାହାରୁ ଥିବା ବଳକା ଖାଦ୍ୟ ପଦାର୍ଥ, ପରିବା ଚୋପା ଓ ଅନ୍ୟାନ୍ୟ ଆବର୍ଜ୍ଜନା ପୃଥକ ଡ଼ଷ୍ଟବିନ୍ ରେ ରଖିବା ସହ ପୌାରସଂସ୍ଥା ସ୍ୱଚ୍ଛ ସବାରୀ ଗାଡ଼ି କୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଓଦା, ଶୁଖିଲା, ସଂକ୍ରମିତ ଓ ବିପଦ ଜନକ ଆବର୍ଜ୍ଜନା ସ୍ୱତନ୍ତ୍ର ଡ଼ଷ୍ଟବିନରେ ରଖିବା ପାଇଁ ଜିଲ୍ଲାପାଳ ଆହାର କେନ୍ଦ୍ର ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆହାର କେନ୍ଦ୍ରର ସ୍ୱଚ୍ଛତା ଓ ସୁସ୍ଥ ପରିବେଷ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅକ୍ଷୟ ପାତ୍ର ଫାଉଣ୍ଟେସନର କର୍ମକର୍ତ୍ତା ଜିଲ୍ଲାପାଳଙ୍କ ଗ୍ରସ୍ଥ ସମୟରେ ଉପସ୍ଥିତ ଥିଲେ।