Odiapua.com

ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କୋଲାବିରା, ୧୩।୨(ଓଡିଆ ପୁଅ/ନିଶିତ ବହିଦାର) ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ କୋଲାବିରା ଅଂଚଳର ବହୁ ସାମାଜିକ ସଙ୍ଗଠନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏଇ ଅବସରରେ କୋଲାବିରା ଗ୍ରାମ୍ୟ ଉନ୍ନୟନ କମିଟୀର ସଭାପତି ବୀରେନ୍ଦ୍ର ମହାପାତ୍ର, ସମଲେଶ୍ୱରୀ ସାହିତ୍ୟ ସଂସଦର ସଭାପତି ଶୋଭାଚନ୍ଦ୍ର ନାଏକ, ସମ୍ପାଦକ କୀର୍ତିଚନ୍ଦ୍ର ବହିଦାର, କରୁଣାକର ସ୍ମୃତି ଟ୍ରଷ୍ଟର ସଭାପତି ଜମିଦାର ବୀରଅମରେନ୍ଦ୍ର ପ୍ରାତପ ସିଂହ, ଶ୍ୟାମ ସୁନ୍ଦର ସାହିତ୍ୟ ସଂସଦରର ସଭାପତି ପଣ୍ଡିତ ତୈ୍ରଲୋକ୍ୟନାଥ ମହାପାତ୍ର, ସ୍ୱର ଝଙ୍କାର ସାହିତ୍ୟ ସଂଦର ସମ୍ପାଦକ ପିଙ୍କୁ ଦାସ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେୱାର ସମ୍ପାଦକ ସୁଶୀଳ କୁମାର ଦାସ୍, କୋଲାବିରା ବଣିକ ସଂଘ ସଭାପତି ସୁରେନ୍ଦ୍ର ଟଣକାର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ବିଗତ ତିନି ବର୍ଷ ଧରି ଜିଲ୍ଲା ଉନ୍ନୟନ କଳ୍ପେ ତାଙ୍କର ଅବଦାନକୁ ନେଇ ପ୍ରଶଂସା କରିଥିଲେ। ବିଶେଷ ଭାବରେ କୋଲାବିରା ସମଲେଶ୍ୱରୀ ମନ୍ଦିରକୁ ନେଇ ଦୀର୍ଘବର୍ଷରୁ ଲାଗିରହିଥିବା ବିବାଦର ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିବା ସମାଧାନର ସୁତ୍ରପାତକୁ ନେଇ ଅଂଚଳବାସୀଙ୍କ ପକ୍ଷରୁ ଭୃୟସୀ ପ୍ରଶଂସା କରିଥିଲେ। ଏହାସହ ଜିଲ୍ଲା ପାଇଁ ଚିନ୍ତା କରିଥିବା ବହୁ ଜନହିତକର ଏବଂ ବିକାଶମୂଳକ ଯୋଜନା ଜିଲ୍ଲାବାସୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି ଅଭିହିତ କରିଥିଲେ।