Odiapua.com

ଜିଲ୍ଲାପାଳଙ୍କୁ ଧାମନଗର ପ୍ରେସ କ୍ଲବ ପ୍ରତିନିଧିଙ୍କ ସାକ୍ଷାତ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସର୍ବପୁରାତନ ସାମ୍ବାଦିକ ସଂଘ ଧାମନଗର ପ୍ରେସ କ୍ଲବ ପକ୍ଷରୁ ଭଦ୍ରକର ନୂତନ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଜ୍ଞାମ୍ପନ କରାଯାଇଛି। ଆଜି ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠ ନାଥ ସାହୁ ଏବଂ ସାଧାରଣ ସମ୍ପାଦକ ରଜତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଅବସରରେ ପ୍ରେସ କ୍ଲବ ପାଇଁ ଜାଗା ପ୍ରଦାନ ନିମନ୍ତେ ନିବେଦନ କରାଯିବା ସହିତ ଶୋଚନୀୟ ହୋଇ ପଡ଼ିଥିବା ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ କ୍ଲବର କର୍ମକର୍ତାମାନେ ଦାବି କରିଥିଲେ।ନୂଆ ଜିଲ୍ଲାପାଳ ଉପରୋକ୍ତ ସମସ୍ୟା ସମ୍ପର୍କରେ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ଏହି ପ୍ରତିନିଧି ଦଳରେ ବରିଷ୍ଠ ସଦସ୍ୟ କିଷାନ କୁମାର ରାଉତ,ସୁଧାକର ଦାଶ,ସୁଶାନ୍ତ ରାଉତ,ସରୋଜ ସେଠୀ,ବିଜୟ କୁମାର ରାମ,ସେକ ଜାଫର ଅଲ୍ଲି,ବିବେକାନନ୍ଦ ସାମଲ,ବିବେକାନନ୍ଦ ପଣ୍ଡା,ପ୍ରଶାନ୍ତ କୁମାର ଦ୍ୱିବେଦୀ ପ୍ରମୂଖ ସାମିଲ ଥିଲେ।