ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଗତକାଲି ଚାକିରୀରୁ ଅବସର ନେଇଛନ୍ତି । ଅବସର ପରେ ଆଜି ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ମିଳିତ ସହଯୋଗରେ ଅବସରକାଳୀନ ସମ୍ବର୍ଦ୍ଧନା ସ୍ଥାନୀୟ ଟାଉଲନ୍ ହଲରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଷ୍ଟାର ରାଜ୍ୟ ନେତୃତ୍ୱ ଅକ୍ଷୟ କୁମାର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ଜିଲା ଶିକ୍ଷାଧିକାରୀ ଶ୍ରୀ ମିଶ୍ରଙ୍କ ଦାୟିତ୍ୱ ନିର୍ବାହ ସମୟର ନିଷ୍ଠା ଓ ଦକ୍ଷତା ସଂପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଜିଲାର ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଯଥା ବିଦ୍ୟାଳୟ ରୂପାନ୍ତୀକରଣ, ମୋ ସ୍କୁଲ ଅଭିଯାନର କାର୍ଯ୍ୟକ୍ରମକୁ ଆଗେଇନେଇଥିବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଷ୍ଟାର ଜିଲା ସଂପାଦକ ପ୍ରଦୀପ୍ତ ଦାସ ସମ୍ବର୍ଦ୍ଧନା ସଭାର ଉଦ୍ଦେଶ୍ୟ ସଂପର୍କରେ ବିବରଣୀ ରଖିଥିଲେ । ପ୍ରାଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ଦୀପକ ପାଢୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରଣୟ ନାୟକ ଓ ମାୟାଧର ସାହୁ, ବରିଷ୍ଠ ବ୍ଲକ୍ ଶିକ୍ଷାଧିକାରୀ ଜଗବଂଧୁ ସାହୁ, ଚକ୍ରଧର ମଲ୍ଲିକ, ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଧ୍ରୁବ ପରିଡା, ପ୍ରାଥମିକ ଫେଡେରେସନର ଜିଲା ସଭାପତି ବାବୁଲା ରାଉତ, ସଂଗଠନ ସଂପାଦକ ସମୀର ଜେନା, ଓଷ୍ଟାର ଜିଲା ସଭାପତି ରମାକାନ୍ତ ପରିଡା, ପ୍ରାକ୍ତନ ସଂପାଦିକା ସୁରଜିତା ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦାସ, ମଦ୍ରାସା ସଂଘର ଆଫତାବ ଆଲାମ ପ୍ରମୁଖ ଉପସ୍ଥିତ ଥିଲେ । ଏହାବ୍ୟତୀତ କେନ୍ଦୁଝର ଓ ଯାଜପୁର ଜିଲାର ଓଷ୍ଟାର ନେତୃବୃନ୍ଦ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମିଶ୍ରଙ୍କୁ ଜିଲାର ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ ଉପସ୍ଥିତ ରହି ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ମିଶ୍ର ସମ୍ବର୍ଦ୍ଧନା ଉତ୍ତରରେ ଦୀର୍ଘଦିନ ଅଭିଜ୍ଞତା ସଂପର୍କରେ ତାଙ୍କର ଅନୁଭୂତି ବାଣ୍ଟିଥିଲେ । ଶେଷରେ ଶଶିଶେଖର କରଶର୍ମା ଧନ୍ୟବାଦ ଦେଇଥିଲେ ।