Odiapua.com

ଜିଲା ପୁଲିସର ସଡକ ସୁରକ୍ଷା ସଚେତନତା, ଆଜି ଗୋଲାପ, କାଲିକୁ ଜରିମାନା ହଜାରେ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇକ ଚଳାଇବା ବେଳେ ଚାଳକ ହେଲମେଟ ପିନ୍ଧିବା ସହ ପଛରେ ବସିଥିବା ଆରୋହୀ ବି ହେଲମେଟ ପିନ୍ଧିବାକୁ ବାଧ୍ୟ । ନୂଆ ଟ୍ରାଫିକ ନିୟମ ଏହା ହିଁ କହୁଛି । ଏ ବାବଦରେ ଅନେକ ପ୍ରଚାର ପ୍ରସାର ପରେ ବି ବହୁ ଚାଳକ ଏହାକୁ ମାନୁନାହାଂତି ଅଥବା ପରିସ୍ଥିତିରେ ପଡି ମାନିବାକୁ ଭୁଲି ଯାଉଛନ୍ତି । କିନ୍ତୁ ନିଜ ସୁରକ୍ଷା ଲାଗି ହେଲମେଟ ପିନ୍ଧିବା ଯେ ନିହାତି ଜରୁରି ଏକଥା ବୁଝାଇବା ଲାଗି ଭଦ୍ରକରେ ଟାଉନ ପୁଲିସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ବିଭିନ୍ନ ପ୍ରକାର ସଚେତନଧର୍ମୀ ପ୍ଲାକାର୍ଡ ଧରି ସ୍ୱେଚ୍ଛାସେବୀ ତଥା ପୁଲିସ କର୍ମଚାରୀ, ଅଫିସ ସହର ପରିକ୍ରମା କରିଥିଲେ । ପରେ ବନ୍ତଛକ ଠାରେ ବାଇକ ଆରୋହୀଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦିଆଯାଇ ସଚେତନ କରାଯାଇଥିଲା । ସ୍କୁଟି ଚାଳକ, ବାଇକ ଚାଳକ ଯେଉଁମାନେ ହେଲମେଟ ପିନ୍ଧିନଥିଲେ ସେମାନଙ୍କ ଠାରୁ ଜରିମାନା ଅର୍ଥ ହଜାରେ ଟଙ୍କା ଆଦାୟ କରାନଯାଇ ଗୋଲାପ ଫୁଲ ଅଥବା ଚକୋଲେଟ ଦିଆଯାଇ ସଚେତନ ହେବାକୁ ବୁଝାଇ ଦିଆଯାଇଥିଲା । ଯେଉଁମାନେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ମଧ୍ୟ ବଧେଇ ଜଣାଯାଇଥିଲା । ତେବେ ଆଜି ଗୋଲାପ ଫୁଲ, ଚକୋଲେଟ ଦେଉଥିବା ପୁଲିସ ବାବୁମାନେ ଆସନ୍ତକାଲି ଠାରୁ ଅମାନିଆଙ୍କ ପ୍ରତି କଡା ଆଭିମୁଖ୍ୟ ନିଭାଇବେ ବୋଲି ଜଣାଯାଇଛି । ଅର୍ଥାତ ବିନା ହେଲମେଟ ଧାରୀଙ୍କ ଆଦାୟ ହେ ଜରିମାନା ହଜାରେ ।