ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୩ ତମ ଜୟନ୍ତୀ କୋବିଡ଼ କଟକଣା ମଧ୍ୟରେ ନିରାଡମ୍ବରରେ ପାଳନ କରାଯାଇଛି । ପ୍ରଥମେ ଉପସ୍ଥିତ କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମେ ଜାତୀୟ ସଂହତି ଶପଥ ପାଠ କରାଯାଇଥିଲା । ପରେ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଜିଲ୍ଲା ସଭାପତି ଅଶୋକ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ପୂର୍ବତନ କାଉନସିଲର ଦିଲିପ ନାୟକ, ପୂର୍ବତନ ନଗର ସଭାପତି ଅବଦୁଲ ମୁକିତ୍ ଖାଁ, ପୂର୍ବତନ ଭଦ୍ରକ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦା, ନଗର ସଭାପତି ବିଜୟ ବାରିକ, ପୀତବାସ ଧଳ, ପ୍ରକାଶ ଜେନା, ଶଶୀକାନ୍ତ ଜେନା, ଆଶିଷ ରାଉତ, ରାଜକିଶୋର ପଣ୍ଡା, ଇଲିୟାସ ଅଲ୍ଲୀ ଖାଁ, ନରେନ୍ଦ୍ର ସାହୁ, ଚିଦ୍ଦାନନ୍ଦ ବାରିକ, ସରୋଜ କୁମାର ପାଢୀ, ଅବଦୁଲ ସତ୍ତାର, ହେମନ୍ତ ମହାପାତ୍ର, ରଜନୀକାନ୍ତ ଚାନ୍ଦଙ୍କ ସମତେ ବହୁ କଂଗ୍ରେସ ନେତା ଯୋଗ ଦେଇ ସ୍ୱର୍ଗତ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।