ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁତ୍ର ତଥା ଭଦ୍ରକର ପୂର୍ବତନ ସାଂସଦ ପ୍ରାର୍ଥୀ ସଂଗ୍ରାମ ଜେନାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣାର ଖବର ପାଇ ଭଦ୍ରକ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସଙ୍କ ଅଧ୍ୟକ୍ଷତରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ନଗର ସଭାପତି ଅବଦୁଲ ମୋକିତ୍ ଖାଁ, ଦିଲ୍ଲୀପ ନାୟକ, ଦେବେନ୍ଦ୍ର ମହାନ୍ତି, ଆଶିଶ ରାଉତ୍, ମୁଖପାତ୍ର ଭବେନ୍ଦ୍ର ସାହୁ, ପିତବାସ ଧଳ, ଲକ୍ଷ୍ମୀଧର ସାହୁ, ସେକ୍ ଜୁଲଫିକର, ସେକ ଗୋଲାମ ମଇଉଦ୍ଦିନ, ଅସରଫ ଅଲ୍ଲୀ ଖାଁ, ବିଜୟ ବାରିକ, ପ୍ରଦ୍ୟୁମ୍ନ ଦାସ, ସୌମ୍ୟରଂଜନ ବାରିକ, ନଫିସ ଖାଁ, ନିଶିକାନ୍ତ ନାୟକ, ବୈଲୋଚନ ପଣ୍ଡା, ସେକ୍ ଜଫିରୁଦ୍ଦିନ୍, ପ୍ରଫୁଲ୍ଲ ସାମଲ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ସଭା ପ୍ରାରମ୍ଭରେ ସଂଗ୍ରାମ ଜେନାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।