Odiapua.com

ଜିଲାସ୍ତରୀୟ ୬୬ତମ କୁରାଳ ପଞ୍ଚମୀ ମହୋତ୍ସବ ଉଦ୍‌ଯାପିତ

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କ୍ଷେତ୍ରବାସୀସାହି ଚୁନିଦା ଠାରେ ଜିଲାସ୍ତରୀୟ ୬୬ତମ କୁରାଳ ପଞ୍ଚମୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି ପଞ୍ଚଦିବସୀୟ ମହୋତ୍ସବରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଯଥାବିଧି ଅନୁସାରେ ହୋଇଥିବାବେଳେ ଭଜନ କୀର୍ତ୍ତନ, ପ୍ରବଚନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଥିଲା। ଏହି ଅବସରରେ ଏକ ସାଂସ୍କୃତିକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ନାଟ୍ୟଶ୍ରୀ ନିର୍ମଳ ରାଉତ ସଭାପତିତ୍ୱ କରିଥିଲେ। କଟକ ଜିଲା କୁମ୍ଭକାର ସଂଘର ସଭାପତି ତଥା ସର୍ବଶକ୍ତି କୃଷକ ସମ୍ବାଦର ସଂପାଦକ ଭାସ୍କରଚନ୍ଦ୍ର ବେହେରା ମୁଖ୍ୟଅତିଥି, ବାଲିଖଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ସୁଧୀର ମୁଦୁଲି ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା କୁରାଳ ମହାସଂଘର ସଂପାଦକ ଜୟରାମ ସାହୁ, କବି ଓ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଭଦ୍ରକ ହସ୍ତଶିଳ୍ପ ବିକାଶ ଅଧିକାରୀ ମହେନ୍ଦ୍ରନାଥ ଟୁଡୁ, କଳାକାର ଓ ସାମ୍ବାଦିକ ସଂଜୀବ ନାୟକ, ଭଦ୍ରକର ଜି-ଓଡ଼ିଶା ପ୍ରତିନିଧି ବିବେକାନନ୍ଦ ସାମଲ, ଆଦର୍ଶ ଶିକ୍ଷକ ବଟକୃଷ୍ଣ ସେଠୀ ଓ ରଂଜିତା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

ଚୁନିଦାର କୁରାଳ କମିଟିର ସ୍ଥାୟୀ ସଭାପତି ଅଭିରାମ ବେହେରା, ସ୍ଥାୟୀ ସଂପାଦକ ଉପେନ୍ଦ୍ର ବେହେରା, ସଂଯୋଜକ କାହ୍ନୁଚରଣ ସାହୁଙ୍କ ସଂଚାଳନାରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ଏହି ସଭାରେ ଯୋଗଦେଇଥିବା ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ, ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ, ମୟୁର ଚନ୍ଦ୍ରିକା ଆଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଗତକୃତ ପରିବେଷଣ କରିଥିଲେ ନୃତିଶିଳ୍ପୀ ମଧୁସ୍ମିତା ସାହୁ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଅର୍ପିତା ହୋତା। କୁରାଳ ସଂଘ ବିରୁହାଁ, ଆମ୍ବିଳିଗାଁ ଓ ପଣ୍ଡାପାଟଣାର ମାଟି କଳାର ସଦସ୍ୟମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପାଲା ଗାୟିକା, କୁନି କଳାକାର, କୃତୀ କୃଷକଙ୍କୁ ପୁରସ୍କୃତ କରାଯାଇଥିଲା। କୁରାଳ ଫାଉଣ୍ଡେସନର ସଂପାଦକ ପୁରୁଷୋତ୍ତମ ବେହେରା, ସଭାପତି ଲୋକନାଥ ବେହେରା, ଦିଗମ୍ବର ସାହୁ, ଚନ୍ଦ୍ରମଣି ବେହେରା, ଅର୍ଜୁନ ବେହେରା, ପରମାନନ୍ଦ ସାହୁ, ନିରାକାର ସାହୁ, ଆନନ୍ଦ ସାହୁ, ବଂଶୀଧର ସାହୁ, ଭାସ୍କର ସାହୁ, ସନାତନ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଆଦର୍ଶ ଶିକ୍ଷକ ଓ ବାଦ୍ୟ କଳାକାର ସୀତାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।