Odiapua.com

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍ୟାପିତ

ନୟାଗଡ଼, ୨୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍ୟାପିତ ହୋଇଯାଇଛି। ଜିଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ବିଭିନ୍ନ ଦିବସରେ ବ୍ଳକରୁ ଆସିଥିବା ଲୋକଗୀତ, ଲୋକନୃତ୍ୟ, ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ ନୃତ୍ୟ ଆଦି ପରିବେଷଣ ହୋଇଥିଲାବେଳେ ପାରଦର୍ଶୀତା କ୍ଷେତ୍ରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଉତ୍ସବରେ ଜିଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବ ପ୍ରତିଭାର ବିକାଶ ତଥା ଯୁବକମାନଙ୍କୁ ଏକ ସାଂସ୍କୃତିକ ବାତାବରଣରେ ସାମିଲ କରିବାର ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଧନରାଜ ଏଚଡି, ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଯୁବ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶରତ ଆଚାର୍ଯ୍ୟ ପରିଚାଳନା କରିଥିଲାବେଳେ ସାମ୍ବାଦିକ ରାମକୃଷ୍ଣ ରଥ, ଉତ୍ପଳ କୁମାର ସାହୁ, ରୀନାବାଳା ଆଚାର୍ଯ୍ୟ ଉପସ୍ଥାପନା କରିଥିଲେ।