ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ଅବସରରେ ଆୟୋଜିତ “ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୫’ ଗତକାଲି ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଗତ ଏକ ବର୍ଷ ମଧ୍ୟରେ ସରକାରଙ୍କ ଗରିବ ମାନଙ୍କ ପାଇଁ ଦାରିଦ୍ରୀ ଦୂରୀକରଣ ଯୋଜନା, ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ଉଚ୍ଚଶିକ୍ଷାରେ ବ୍ୟାପକ ପରିବର୍ତନ ଓ ସୁଶାସନ ସଂପର୍କରେ ଅତିଥିମାନେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବାଂଚଳ ଡି.ଆଇ.ଜି ସତ୍ୟଜିତ ନାୟକ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସାନ୍ଧ୍ୟରେ ଲୋକକଳା ନୃତ୍ୟ, ଭଜନ ସହ ଅନ୍ୟାନ୍ୟ ରଙ୍ଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।