Odiapua.com

ଜିଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ପୁରୀ, ୬/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜିଲାସ୍ତରୀୟ ୬୫ତମ ବନ୍ୟପ୍ରାଣୀ ସପ୍ତାହ ପୁରୀ ବନଖଣ୍ଡ ପକ୍ଷରୁ ଶୁକ୍ରବାର ପାଳିତ ହୋଇଛି। ପୂର୍ବତନ ବନ ଅଧବକାରୀ ସୁରେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ବନ୍ୟପ୍ରାଣୀଙ୍କ ଉପରେ ପଡ଼ୁଛି। ପରିବେଶ ସନ୍ତୁଳନ କ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂଣ୍ଣ। ସେମାନଙ୍କ ସୁରକ୍ଷା ପାଇଁ ସବୁସ୍ତରରେ ଉଦ୍ୟମ କରାଯିବା ଉଚିତ। ଜିଲା ଶିକ୍ଷାଅଧିକାରୀ ଡ଼ଃ ବିଶ୍ୱଜିତ୍ ଘୋଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ, ପଦ୍ମନାଭ ପଣ୍ଡା, ଆକାଶ ରଞ୍ଜନ ରଥ ଏବଂ ସୁନାକର ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲିପ କୁମାର ବିଶ୍ୱାଳଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ନିମାପଡ଼ା ଡ଼ିଏଭି ପବ୍ଲିକ ସ୍ଲୁଲ ଛାତ୍ରୀ ଶଙ୍କର ହେମ୍ରମ, ନିମାପଡ଼ା ପ୍ରୀତି ସିଂହ ୟୁଜି ୟୁପି ସ୍ଲୁଲର ସିରାଜ ବେଗମ୍, ନିମାପଡ଼ା ଡ଼ିଏଭି ପବ୍ଲିକ ସ୍ଲୁଲର ସ୍ନେହାଶି ବିଶ୍ୱାଳ, ବ୍ରହ୍ମଗିରି ଅଲାରନାଥ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦିଲିପ କୁମାର ନାୟକ, ଏବଂ ପୁରୀ ଡ଼ିଏଭି ପବ୍ଳିକ ସ୍ଲୁଲର ଅନନ୍ୟା ଷଡ଼ଙ୍ଗୀଙ୍କୁ ପୁରସ୍କୃତ କରାଯାଇଛି। ସହକାରୀ ବନ ସରଂକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ମହାପାତ୍ର ଓ ଶ୍ରୀକାନ୍ତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ଲାଷ୍ଟିକ ବର୍ଜନ ପାଇଁ ଛାତ୍ରଛାତୀଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ।