Odiapua.com

ଜିଲାସ୍ତରୀୟ ଫାଇଲେରିଆ ନିରାକରଣ ସଚେଚତନତା ବୈଠକ

ନୟାଗଡ଼, ୯ା୨ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଜିଲ୍ଳାସ୍ତରୀୟ ଫାଇଲେରିଆ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫାଇଲେରିଆ ବା ବାତଜ୍ୱର ନିରାକରଣ ନିମନ୍ତେ ଆସନ୍ତା ୧୦ ତାରିଖରୁ ୧୯ ପର୍ଯ୍ୟନ୍ତ କିପରି ଜିଲ୍ଲାରେ ଏକକାଳୀନ ଔଷଧ ସେବନ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା। ଔଷଧ ପ୍ରଦାନ କରିବା ପାଇଁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିବାବେଳେ ସେମାନେ ଏହାର ସେବନ ବିଧି ଲୋକମାନଙ୍କୁ ଜଣାଇବେ। ନୟାଗଡ଼ ଜିଲାରୁ କିପରି ଫାଇଲେରିଆ ନିର୍ମୁଳ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର, ଜିଲା ମ୍ୟାଲେରିଆ ଅଧିକାରୀ ଡା.ତାରକା ପ୍ରସନ୍ନ ତ୍ରିପାଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।