ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭଦ୍ରକ ଜିଲାରେ ୩ ବର୍ଷ ଅତିକ୍ରାନ୍ତ କରିଥିବା ୯ ଜଣ ପୁଲିସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ଏଥିରେ ଭଦ୍ରକ ସହରାଞ୍ଚଳ, ପୁରୁଣାବଜାର ଥାନା ଅଧିକାରୀଙ୍କ ସମେତ ୯ ଜଣ ପୁଲିସ୍ ନିରୀକ୍ଷକ ପାହ୍ୟାର ଅଧିକାରୀ ରହିଛନ୍ତି । ପୂର୍ବାଞ୍ଚଳ ଆଇଜିଙ୍କ ବଦଳି ଆଦେଶ ପତ୍ର ମୂଳେ ଭଦ୍ରକ ଟାଉନ୍ ଥାନାଧିକାରୀ ଉମାଶଙ୍କର ନାୟକ, ପୁରୁଣାବଜାର ଥାନା ଧିକାରୀ କରୁଣାକର ରାଉତ, ଚାନ୍ଦବାଲି ଥାନାଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଧାମନଗର ଥାନାଧିକାରୀ ବନମାଳି ବାରିକ, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଭଣ୍ଡାରିପୋଖରୀ ଥାନାଧିକାରୀ ତପନ ପ୍ରଧାନ, ଧୁଷୁରୀ ଥାନାଧିକାରିଣୀ ସୁକାନ୍ତି କେରେଇ, ପୁଲିସ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ପ୍ରଦୀପ କୁମାର ମାଝୀଙ୍କୁ ମୟୂରଭଞ୍ଜ ଜିଲାକୁ ବଦଳି କରାଯାଇଛି । ସେହିପରି ପୀରହାଟ ଥାନାଧିକାରୀ ଗୟାଧର ବେହେରାଙ୍କୁ ବାଲେଶ୍ୱର ଜିଲାକୁ ବଦଳି କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ବଦଳି ଆଦେଶ ପାଇଥିବା ସମସ୍ତ ପୁଲିସ୍ ଅଧିକାରୀ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ୩ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ।