ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ପାଇଁ ଚଳଚଂଚଳ ହୋଇ ଉଠିଛି ଗାଁ ଠାରୁ ସହର । ଏଥିରୁ ବାଦ୍ ପଡି ନାହିଁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ । ବନ୍ତ ବ୍ଲକ୍ ଅନ୍ତର୍ଗତ ବାଙ୍ଗରପଦୀର “ଜାଗୃତି କ୍ଲବ୍’ ପୂଜା ମଣ୍ଡପରେ ବେସ୍ ଧୁମ୍ ଧାମରେ ପୂଜା ପାଉଛନ୍ତି ବାବା ଗଜାନନ । ସେହିଭଳି ସେଣ୍ଢତିରାର ଶ୍ରୀ ଗଣେଶ ୟୁଥ୍ କ୍ଲବ୍, ଗୋବିନ୍ଦପୁର ଗ୍ରାମପଂଚାୟତର ତରାଗୋ, ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଆମ୍ବରୋଳି ଗ୍ରାମପଂଚାୟତର ତଳାଙ୍ଗ ଓ ବିଶେଷକରି ଜିଲାର ବିଭିନ୍ନ ପୂଜା ମଣ୍ଡପ ବୁଲିବା ଅବସରରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପ୍ରଭୁ ଗଣେଶଙ୍କ ଦର୍ଶନ କରିବା ସହ ଜନସାଧାରଣ ଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ସେ ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ବାସଭବନ ପରିସରରେ ଥିବା ସିଦ୍ଧି ବିନାୟକଙ୍କୁ ଦର୍ଶନ କରିଛନ୍ତି। ଅନୁରୂପ ପରିବେଶର ସୁରକ୍ଷା ପାଇଁ ସେ ସେଣ୍ଢତିରାର ୟୁଥ୍ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟରେ ଯୋଗଦାନ କରି ଏଭଳି ଅଭିନବ ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ। ବିଧାୟକ ଶ୍ରୀ ମଲ୍ଲିକ ଭଦ୍ରକର ବିଧାୟକ ଶ୍ରୀ ମହାପାତ୍ରଙ୍କ ବାସଭବନରେ ଯୋଗଦେବା ଅବସରରେ ତାଙ୍କ ସହ ଭଦ୍ରକ ଜିଲା ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସହ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।