Odiapua.com

ଜିଲାରେ ୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ସଂଖ୍ୟା ୨ଶହ ଟପିଲା

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରଜ ଜିଲ୍ଳାରେ ଆଉ ୨୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କରୋନା ସକ୍ରିୟଙ୍କ ସଂଖ୍ୟା ୨ଶହ ଅତିକ୍ରମ କରିଛି । ଜିଲ୍ଲାରୁ ମୋଟ ୭ହଜାର ୭୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ହଜାର ୫୨୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ଆକ୍ରାନ୍ତ ୨୧୦ଜଣ ଅଛନ୍ତି । ନୂତନ ଭାବେ ଚିହ୍ନଟ ୨୮ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱର ସମ୍ ହସ୍‌ପିଟାଲରେ ଭଦ୍ରକ ବ୍ଲକ ଅଞ୍ଚଳର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଳକର ଚିରୋଳ ଗ୍ରାମରୁ ଜଣେ, କରଞ୍ଜଆଡ଼ିଆ ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ବ୍ଳକ କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଳକର ଅସ୍ତଳ ଗ୍ରାମରୁ ଜଣେ, ଗୁଜିଦରଡ଼ା ସର୍ତ୍ତାମଞ୍ଜିଲରୁ ଜଣେ, ଗେଲପୁର ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ବାଇପାସ୍‌ରୁ ୨ଜଣ, ୨୬ ନଂ ୱାର୍ଡ ପୁରୁଣାବଜାରରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ଡାହାଲା ଗ୍ରାମରୁ ୨ଜଣ, କଣ୍ଟି ଗ୍ରାମରୁ ଜଣେ, ଖଡିସିଙ୍ଗା ଗ୍ରାମରୁ ଜଣେ, ବନ୍ତ ବ୍ଳକର ରାଉତରାଗଡ଼ିଆ ଗ୍ରାମରୁ ଜଣେ, ହଳଦିପଣି ଗ୍ରାମରୁ ଜଣେ, ଶ୍ରୀରାମପୁର ଗ୍ରାମରୁ ୨ଜଣ, ଏରଝାଟିଆ ଗ୍ରାମରୁ ୨ଜଣ, ଚାନ୍ଦବାଲି ବ୍ଲକର ବାଉଗାଁ ଗ୍ରାମରୁ ଜଣେ, ଶଙ୍ଖାରି ଗ୍ରାମରୁ ଜଣେ, ତିହିଡ଼ି ବ୍ଳକର ଫତେପୁର ଗ୍ରାମରୁ ଜଣେ, ନନ୍ଦୋର ଗ୍ରାମରୁ ଜଣେ, ବ୍ରଜମୁକୁନ୍ଦପୁର ଗ୍ରାମରୁ ଜଣେ, ଧାମନଗର ବ୍ଲକର ପତ୍ରିବିନ୍ଧା ଗ୍ରାମରୁ ଜଣେ, କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କାନପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।