Odiapua.com

ଜିଲାରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ସଂଖ୍ୟା ମିଶିବା ପରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୪୧ରେ । କରୋନା ସଂକ୍ରମଣଠାରୁ ଜିଲ୍ଳାରୁ ମୋଟ ୭ ହଜାର ୭୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭ହଜାର ୫୩୨ଜଣ । ନୂତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ଭଣ୍ଡାରିପୋଖରୀ ବ୍ଳକ ମଞ୍ଜୁରିରୋଡ଼ ପଞ୍ଚାୟତର ବ୍ୟକ୍ତିି ଭୁବନେଶ୍ୱରର ସମ୍ ହସ୍‌ପିଟାଲରେ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ଗୁଆଗଡ଼ିଆ ଗ୍ରାମରୁ ଜଣେ, ଅରଣ୍ଡୁଆ ଗ୍ରାମରୁ ଜଣେ, ଭଦ୍ରକ ବ୍ଲକର ନଳାଙ୍ଗ ଗ୍ରାମରୁ ଜଣେ, ଆରଡ଼ିଛକରୁ ଜଣେ, ଅଣ୍ଢେଇପଲ୍ଲୀ ଗ୍ରାମରୁ ଜଣେ, ଜୟରାମପୁର ଗ୍ରାମରୁ ଜଣେ, ସାମରାଇପୁର ଗ୍ରାମରୁ ଜଣେ, ଶ୍ରୀରାମପୁର ଗ୍ରାମରୁ ଜଣେ, ତୋରଣପଦା ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ବାଇପାସ୍‌ରୁ ଜଣେ, ୫ ନଂ ୱାର୍ଡ ଚରମ୍ପାରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୯ ନଂ ୱାର୍ଡ ପାତ୍ରସାହିରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମରୁ ଜଣେ, ବେଲପୋଖରୀ ଗ୍ରାମରୁ ୫ଜଣ, ଆକୁଲିକଣା ଗ୍ରାମରୁ ଜଣେ, ବଡଶାସନ ଗ୍ରାମରୁ ଜଣେ, ବନ୍ତ ବ୍ଳକ ଅଣିଜୋ ଗ୍ରାମରୁ ଜଣେ, ଆମ୍ବଗଡ଼ିଆ ଗ୍ରାମରୁ ଜଣେ, ରାମପୁର ଗ୍ରାମରୁ ଜଣେ, ଚାନ୍ଦବାଲି ବ୍ଲକ ବାଲିଟାଙ୍କ ଗ୍ରାମରୁ ଜଣେ, ଘଣ୍ଟେଶ୍ୱର ଗ୍ରାମରୁ ଜଣେ, ଧାମନଗର ବ୍ଲକର କରଦା ଗ୍ରାମରୁ ଜଣେ, ନଦୀଗାଁ ଗ୍ରାମରୁ ଜଣେ, ତିହିଡ଼ି ବ୍ଲକର ପାଳିଆ ଗ୍ରାମରୁ ଜଣେ, ନନ୍ଦୋର ଗ୍ରାମରୁ ଜଣେ, ଗଣେଶ୍ୱରପୁର ଗ୍ରାମରୁ ଜଣେ, ପାଳିଆବିନ୍ଧା ଗ୍ରାମରୁ ଜଣେ ଚିହ୍ନଟ ହୋଇଛି । ସେହିଭଳି ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଡା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।