Odiapua.com

ଜିଲାପାଳଙ୍କ ବିଭିନ୍ନ କୋଭିଡ୍ କେୟାର କେନ୍ଦ୍ର ପରିଦର୍ଶନ

ନୟାଗଡ଼, ୧୭ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାପାଳ ଡଃ ପୋମା ଟୁଡୁ ଏବଂ ଡିଆରଡିଏ ପିଡି ସୁବାଷ ଚନ୍ଦ୍ର ରାୟ ଖଣ୍ଡପଡ଼ା ବ୍ଳକର ଶିଖରପୁର, ବନମାଳିପୁର, ବେଣାଗାଡ଼ିଆ, ସାତଗାଁ, ସାଳଝରିଆ, ଯୋଗିଆପଲ୍ଲୀ ଆଦି ପଂଚାୟତ ଗୁଡ଼ିକରେ ଅବସ୍ଥିତ କୋଭିଡ୍ କେୟାର କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରି ସମୀକ୍ଷା କରିଥିଲେ। ପଂଚାୟତ ସ୍ତରରେ କରୋନାର ସ୍ଥିତି ଓ ଅବସ୍ଥା ବିଷୟରେ ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କ ସହିତ ଆଲୋଚନା କରିବା ସହିତ ଆଗକୁ ଆହୁରି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।