Odiapua.com

ଜିଲାପାଳଙ୍କ ଜିଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ

ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଜିଲ୍ଲାପାଳଙ୍କ ସଦ୍ ଭାବନା ଗୃହରେ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଶ୍ୱେତକୁମାର ମହାପାତ୍ର, ଡା.ସୁରେଶ କୁମାର ମିଶ୍ର, ଡା.ବନମାଳୀ ପ୍ରଧାନ, ଡିପିଏମ୍ ୟୁ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ଜିଲାର ସମସ୍ତ ସିଡିପିଓ, ଜିଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଜିଲାପାଳ ଡ.ପୋମା ଟୁଡୁ ଉପସ୍ଥିତ ସମସ୍ତ ସୂଧୀବର୍ଗଙ୍କୁ ସ୍ୱାଗତ ଜଣାଇ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କରେ ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ନୀତ ତଥା ଲୋକାଭିମୂଖୀ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ୱେତ କୁମାର ମହାପାତ୍ରଙ୍କୁ ପରାମର୍ଶ କରିଥିଲେ। ଆର ବି ଏସ କେ କାର୍ଯ୍ୟକ୍ରମ ଅନ୍ତର୍ଗତ ମୋବାଇଲ ହେଲ୍ ଥ ଟିମ୍ ଜିଲାର ପ୍ରତ୍ୟେକ ସ୍କୁଲର ପିଲାମାନଙ୍କ ସ୍ୱାସ୍ଥ୍ୟ ଯାଂଚ କାର୍ଡ଼ ସୁନିଶ୍ଚିତ କରିବା ପାଇଁ ଶିଶୁ ବିକାଶ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ସ୍କୁଲରେ ପିଲାମାନଙ୍କୁ ଦିଆଯାଉଥିବା ଆଇରନ ବଟିକାର ଶତ ପ୍ରତିଶତ ସେବନ କରିବା ପାଇଁ ଉପସ୍ଥିତ ଶିକ୍ଷା ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସାର୍ବଜନୀନ ଟିକାକରଣ ଓ ମମତା ଦିବସ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲା ଓ ବ୍ଳକସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସହିତ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।