Odiapua.com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ୧୪୦ ଦରଖାସ୍ତକାରୀ

ନୟାଗଡ଼, ୨୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଭାପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେତ୍ତ ୧୪୦ ଦରଖାସ୍ତ ବିଚାରକୁ ଆସିଥିବାବେଳେ ସେଥିମଧ୍ୟରୁ ୧୨୫ଟି ବ୍ୟକ୍ତିଗତ ମାମଲା ଥିବାବେଳେ ୩ଟି ଗ୍ରାମ୍ୟ ବିବାଦ, ୧୧ଟି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍ ରୁ ଓ ଗୋଟିଏ ରେଡକ୍ରସରୁ ସହାୟତା ପାଇଁ ଆବେଦନ ହୋଇଥିଲା। ଏହି ଅବସରରେ ୧୧ ଜଣ ହିତାଧିକାରୀଙ୍କୁ ୮୧ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୫ହଜାର ଟଙ୍କାର ମଂଜୁର କରାଯାଇଥିଲା। ଜିଲାପାଳ ୨ଜଣ ଦିବ୍ୟାଙ୍ଗଙ୍କୁ ୨ଟି ଟ୍ରାଇ ସାଇକେଲ ଓ ୩ଜଣଙ୍କୁ ଭତ୍ତା ବଂଟନ କରିଥିଲେ। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶଶିଭୂଷଣ ଶତପଥୀ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା.ଶ୍ୱେତକୁମାର ମହାପାତ୍ର, ତହସିଲଦାର ସୁନୀତା ଜେନା, ବିଡିଓ ଅନ୍ତର୍ଯ୍ୟାମୀ ଦାସଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।