Odiapua.com

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

ନୟାଗଡ଼, ୬ା୮ (ଓଡ଼ିଆ ପୁଅ) :ଜିଲ୍ଳା ମୁଖ୍ୟ ଦପ୍ତରରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ଏନ.ତିରୁମାଳା ନାୟକ ଲୋକମାନଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ଏଥିରେ ୧୭୬ଜଣ ଅଭିଯୋଗକାରୀ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିଥିଲେ। ସେଥିମଧ୍ୟରୁ ୧୬୪ ଦରଖାସ୍ତ ବ୍ୟକ୍ତିଗତ ଥିଲାବେଳେ ୮ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କରେ ଉଦ୍ଦିଷ୍ଟ ଥିଲା। ୪ଜଣ ଦରଖାସ୍ତକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪୫ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶଶିଭୂଷଣ ଶତପଥୀ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ସିଡିଏମ୍ ଓ ଡ.ଶ୍ୱେତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।