Odiapua.com

ଜିଲାପାଳଙ୍କ ଚଢାଉ ପ୍ରଭାବହୀନ

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ପ୍ରଶାସନିକ ଅବ୍ୟବସ୍ଥା ଏବେ ହାଟରେ ପଡି ପଦାରେ ଗଡୁଛି। ଗତ କିଛି ଦିନ ତଳେ ପ୍ରଶାସନିକ ମୁଖ୍ୟଙ୍କ ଛଦ୍ମ ବେଶରେ ହେଉ କିମ୍ବା ରାତି ଅଧରେ ଚଢ଼ାଉ କାର୍ଯ୍ୟକୁ ସବୁମହଲରେ ସ୍ୱାଗତ କରାଯାଇଥିଲା। ବିଶେଷକରି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରଂଶସା କରି ଖବର ପ୍ରକାଶିତ ହୋଇଥିଲା। ଏବେ ଚଢ଼ାଉ ପରେ କାର୍ଯ୍ୟାନୁଷ୍ଠାନ ଶୂନ କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶାସନିକ କାର୍ଯ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହି ଚଢ଼ାଉ କାର୍ଯ୍ୟ ପ୍ରଶାସନିକ ବ୍ୟବସ୍ଥାରେ ହୋଇଥିଲା ନା ଜିଲ୍ଲାର ଜଣେ ପ୍ରଭାବଶାଳୀ ଶାସକ ଦଳର ନେତାଙ୍କ ନିର୍ଦ୍ଦେ ରେ କରାଯାଇଥିଲା ଏନେଇ ଭିନ୍ନ ଭିନ୍ନ କଥା ଶୁଣାଯାଉଛି। ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଚଢ଼ାଉ ପରେ ପ୍ରଶାସନିକ ବ୍ୟବସ୍ଥାରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ କି ଦାୟିତ୍ୱ ରେ ଅବହେଳା କରିଥିବା ଅଧିକାରୀ କିମ୍ବା ଅନିଅମିତତା ରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା “ରାତିଯାକ ଅନିଦ୍ରା, ମୁଗୁରା ମୁଁହ ମେଲା’ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଗତ ଜାନୁଆରୀ ଶେଷ ସପ୍ତାହ ରେ କଟସାହି ପଂଚାୟତ ର ପାକ୍ସ ରେ ଧନକିଣାବିକାରେ ବ୍ୟାପକ ଅନିଅମିତତା ହେଉଥିବାର ଅଭିଯୋଗ ପାଇ ଜିଲାପାଳ ଚାଷୀ ବେଶରେ ସମ୍ପୃକ୍ତ ଧାନ ମଣ୍ଡି ରେ ପଂହଁଚିଥିଲେ। ଅନିୟମିତତା ର ବାସ୍ତବ ଚିତ୍ର ନିଜେ ଉପଲବ୍ଧି କରିଥିଲେ। ପରେ ମଣ୍ଡି ସମ୍ପାଦକଙ୍କୁଧାନ ସଂଗ୍ରହ କାର୍ଯ୍ୟରୁ ବିଦା କରାଯାଇଥିଲା। ଏତିକରେ ପ୍ରଶାସନିକ ମୁରବିଙ୍କ କାର୍ଯ୍ୟାନୁଷ୍ଠାନ ସୀମିତ ରହିଲା। ପରବର୍ତି ସମୟରେ ଜିଲ୍ଲାର ଧନକିଣାବିକାରେ ଏହାର ପ୍ରଭାବ ପଡିଲାନାହିଁ। ‘ଯଥା ପୂର୍ବଂ ତଥା ପରଂ’ ଅବସ୍ଥା ଧନକିଣାବିକାରେ ଚାଲିଛି। ଚାଷୀ ଶୋଷଣର ଶିକାର ହେଉଛନ୍ତି। ସେହିପରି ଗତ ମାସ ୧୩ ରେ ୫ମାସର ଶିଶୁ ଓ ସାପ କାମୁଡା ରୋଗୀ ନୂଆ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେହି ରାତିରେ ଡାକ୍ତର ନଥିବା ସଂପର୍କରେ ମୋବାଇଲରେ ଅଭିଯୋଗ ପାଇ ଜିଲାପାଳ ତତକ୍ଷଣାତ ନୂଆ ମେଡିକାଲରେ ପଂହଁଚିଥିଲେ। ଅଭିଯୋଗର ସତ୍ୟତା ମଧ୍ୟ ଉପଲବ୍ଧ କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଫୋନରେ ଦାୟିତ୍ୱରେ ଅବହେଳା କରିଥିବା ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଁଇ ନିର୍ଦ୍ଦେଶ ଦେଇଥିଲେ। ମାସେ ପାଖାପାଖି ହୋଇଗଲାଣି ସେହି ଡାକ୍ତର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏବେ ଡାକ୍ତରବାବୁ ଜଣକ ନିଦ୍ୱନ୍ଦ୍ୱର୍ରେ ଦାୟିତ୍ୱ ତୁଲାଉଛନ୍ତି। ଅନୁସନ୍ଧାନରୁ ଜଣାଯାଇଛି ସମ୍ପୃକ୍ତ ଡାକ୍ତର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଁଇ ଜିଲ୍ଲାପାଳ ସ୍ୱାସ୍ଥ୍ୟ ସଚିବ ଙ୍କୁ ସୁପାରିଶ କରିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ କେଉଁଠି ଅଟକି ରହିଲା ଏନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ରୋଗୀ ଆହୁରି ଅଧିକ ଚିକିତ୍ସା ରେ ଅବହେଳିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବନି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନୁସନ୍ଧାନ ରୁ ଜଣାଯାଇଛିଯେ, ନୂଆମେଡିକାଲ ରେ ସେହି ରାତି ଡିଉଟି ରେ ଥିବା ଶିଶୁ ବିଶେଷଜ୍ଞ ଛୁଟିରେ ଥିଲେ। ଯଦି ବିଶେଷଜ୍ଞ ଜଣକ ଲିଭରେ ଥିଲେ ତେବେ ମେଡିକାଲ ର ଆଡମିନଷ୍ଟ୍ରେସେନ ଦାୟିତ୍ୱରେ ଥିବା ଅଧିକାରୀ (ଡି.ଏମ.ଓ.) ତାଙ୍କ ସ୍ଥାନରେ ଆଉ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବାକଥା, କିନ୍ତୁ ନିଯୁକ୍ତି ଦିଆଯାଇନଥିଲା। ଏଭଳି ଦାୟିତ୍ୱହୀନତା କାରଣ ଯୋଗୁ ଗୁରୁତର ରୋଗୀ ଦୁଇଜଣ ଙ୍କ ଅବସ୍ଥା ସେହି ରାତିରେ ଆହୁରି ଅଧିକ ଶଙ୍କଟାପନ୍ନ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ରହିଥିଲା।