Odiapua.com

ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ପାଟଣା ୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳ ଙ୍କ ଶୁଣାଣୀ ଅନୁଷ୍ଠିତ ହୋଇଛି। ଜିଲାପାଳ ଙ୍କ ଏହି ଶୁଣାଣି ରେ ଜିଲାପାଳ ଆଶିଷ ଠାକରେ, ଜିଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ପାଟଣା ବ୍ଲକ ଅଧାକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ପି, ଡି, ଡ଼ିଆର ଡି, ଏ ଉଦ୍ଧବ ଚରଣ ମାଝୀ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାୟକ, ପାଟଣା ତହସିଲଦାର ଶିବପ୍ରସାଦ ମୁର୍ମୁ, ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀ, ସି.ଡି.ଏମ.ଓ ଅଶୋକ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସହ ସମସ୍ତ ଜିଲା ସ୍ତରୀୟ ଅଧିକାରି ଉପସ୍ଥିତ ଥିଲେ ଏହି ଅଭିଯୋଗ ଶୁଣାଣି ରେ ମୋଟ ୮୪ ଟି ମାମଲା ଶୁଣାଣି ପଞ୍ଜିକୃତ ହୋଇଥିବା ବେଳେ ତତ୍କାଳୀନ ଗୋଟିଏ ଅଭିଯୋଗ ର ନିଜେ ଜିଲାପାଳ ସମାଧାନ କରିଥିଲେ।ପରେ ଜିଲାପାଳ କେନ୍ଦେଇ ପଶି ନୋଡାଲ ବିଦ୍ୟାଳୟ ରେ ନିର୍ମାଣ ଚାଲି ଥିବା ଆଦର୍ଶ ବିଦ୍ୟାଳୟ ର ଗୃହ ବୁଲି ଦେଖିବା ସହିତ ଖୁବ ଶୀଘ୍ର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଗିଦ କରିଥିଲେ।ପରେ ଚାଖୁଣ୍ଡାପାଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଥିବା ଗୃହ କୁ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ କୁ ଜି ପି ଓ ରଶ୍ମି ରେଖା ମହାନ୍ତି, ବି ଏସ ଏସ ଓ ସାନ୍ତ୍ୱନା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ପୁରୁଷତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।