Odiapua.com

ଜିଲାପାଳଙ୍କ ଅଫିସ ଆଗରେ ଉଠା ଦୋକାନୀ ବିକ୍ଷୋଭ

ପୁରୀ, ୨୯।୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ରେ ଥିବା ବ୍ଲୁ ଫ୍ଲାଗ ବିଚ ଓ ଚକ୍ର ତୀର୍ଥ ରୋଡ଼ ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ଵିଚ କୁ ଦୃଢ଼ ବିରୋଧ। ଉଠା ଦୋକାନୀଙ୍କୁ ବିନା ଥଇଥାନରେ ଉଛେଦକୁ ପ୍ରତିବାଦ। ଆଜି ପୁରୀ ଜିଲାପାଳ ଙ୍କ ଅଫିସ ଆଗରେ ଶହ ଶହ ଉଠା ଦୋକାନୀ ବିକ୍ଷୋଭ କରିଛନ୍ତି। ଉଠା ଦୋକାନୀ ସଂଘ ଅଭିଯୋଗ କରିଛି ଯେ ପୁରୀରେ ଶ୍ରୀମନ୍ଦିର ଓ ବେଳାଭୂମି କୁ ନେଇ ପୁରୀ ବାସିନ୍ଦା ଚଳନ୍ତି। ସେବକମାନେ ଶ୍ରୀମନ୍ଦିରକୁ ନେଇ ଚଳୁ ଥିବା ବେଳେ ହଜାର ହଜାର ସାଧାରଣ ଲୋକ ପୁରୀ ବେଳାଭୂମିରେ ବିଭିନ୍ନ ବ୍ୟବସାୟ କରି ଚଳନ୍ତି। ତେବେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ହେବା ଏବଂ ଚକ୍ରତୀର୍ଥ ରୋଡ଼ ବେଳାଭୂମି ରେ ଆଉ ଏକ ବ୍ଲୁ ଫ୍ଲାଗ ବିଚ ତିଆରି ପାଇଁ ପ୍ରଶାସନ ଯୋଜନା ଯୋଗୁ ହଜାର ହଜାର ଉଠା ଦୋକାନୀଙ୍କୁ ଉଛେଦ କରାଗଲେ ଲୋକଙ୍କ ଜିବନ ଜୀବିକା ବିପନ୍ନ ହେବ। ଏଣୁ ଲୋକଙ୍କ ସ୍ୱାର୍ଥ କୁ ଦେଖି ପ୍ରଶାସନ ପ୍ରଥମେ ଥଇଥାନ କରି ବ୍ଲୁ ଫ୍ଲାଗ ବିଚ କରୁନ୍ତୁ ନ ହେଲେ ବ୍ୟାପକ ଆନ୍ଦୋଳନ ହେବ। ଅପ୍ରୀତିକର ପରିସ୍ଥିତି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଉଠା ଦୋକାନୀ ସଂଘ ଚେତାବନୀ ଦେଇଛି।