Odiapua.com

ଜିଓ ନାଁ ରେ ଫେକ ମେସେଜ କରି ଟଙ୍କା ଲୁଟ

ୟୁଟ୍ୟୁବ୍‌ରେ ମଧ୍ୟ ଜିଓ ତରଫରୁ ୩୯୯ ଟଙ୍କିଆ ପ୍ଲାନ୍‌ର ଅଫର ଦିଆଯାଉଥିବା ଏକ ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଜିଓ ମାଗଣାରେ ରିଚାର୍ଜ କରୁଥିବା କୁହାଯାଉଛି। ତେବେ ଏହି ଭିଡିଓ ଏବଂ ଏଥିରେ ବ୍ୟବହୃତ ଲିଙ୍କ୍‌ ଫେକ୍‌ ବୋଲି ଜଣାପଡିଛି ।

ଏହି ଲିଙ୍କରେ ଥିବା ଏକ ଫର୍ମରେ ଗ୍ରାହକ ନିଜର ସମସ୍ତ ଡିଟେଲ୍ସ ପୂରଣ କରିବା ପରେ ଏହି ଲିଙ୍କକୁ ଅନ୍ୟମାନଙ୍କୁ ଫରଓ୍ଵାର୍ଡ କରିବାକୁ କୁହାଯିବ। ଅନ୍ୟମାନଙ୍କୁ ଫରଓ୍ଵାର୍ଡ କରିବା ପରେ ଲିଙ୍କ୍‌ ମାଧ୍ୟମରେ ଆପଣଙ୍କ ଫୋନ୍‌ କଣ୍ଟ୍ରାକ୍ଟର ସମସ୍ତ ତଥ୍ୟ ଯଥା: ଆକାଉଣ୍ଟ ଡିଟେଲ୍ସ, ଫୋନ୍‌ ନମ୍ବର ଆଦି ଲିକ୍‌ ହୋଇଯିବ। ପରେ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ମଧ୍ୟ ଫାଙ୍କା ହେବା ସମ୍ଭାବନା ରହିଛି। ତେବେ ଜିଓ ତରଫରୁ ଏଭଳି କୌଣସି ଅଫର ଦିଆଯାଉନଥିବା ଜଣାଯାଇଛି।