Odiapua.com

ଜାହ୍ନବୀଙ୍କ ସଫଳତାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରେରଣା ପତ୍ର ପ୍ରଦାନ

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ବନ୍ଧଗାଁ ପଂଚାୟତର କାଳିଦାସପୁର ଗ୍ରାମ ର ପିତା ଗଙ୍ଗାଧର ବାରିକ ମାତା ଶଶି ରେଖା ବାରିକ ଙ୍କ ବଡ଼ ଝିଅ ଜାହ୍ନବୀ ବାରିକ ବନ୍ଧଗାଁ ନୋଡାଲ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଅଟନ୍ତି । ଭାରତ ସରକାରଙ୍କର ଦ୍ୱାରା ଆୟୋଜିତ ପ୍ରେରଣା ପରୀକ୍ଷାମୂଳକ ଶିକ୍ଷଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ରାଷ୍ଟ୍ର ନିର୍ମାଣ, ଭାରତୀୟ ଐତିହ୍ୟ ଏବଂ ବିକଶିତ ଭାରତ ପାଇଁ ଭଦ୍ରକ ଜିଲ୍ଲା ନବୋଦୟ ବିଦ୍ୟାଳୟରୁ ସେ ଗାନ୍ଧୀନଗର ଅହମଦାବାଦ ସୁରାଟ ରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିଲା ।ସେ ପ୍ରଥମେ ବ୍ଲକ ପରେ ଜିଲ୍ଲା ଏବଂ ରାଜ୍ୟ ରୁ ସଫଳତା ହାସଲ କରିଥିଲା । ଏଥିପାଇଁ ତାଙ୍କୁ ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲ ।ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ତରଫରୁ ଏକ ପ୍ରେରଣା ପତ୍ର ପ୍ରଦାନ କରାଯାଇଛି । ଏହା ଅଂଚଳ ପାଇଁ ନୁହେଁ ବରଂ ଓଡ଼ିଶା ତରଫରୁ ଗର୍ବ ଆଉ ଗୈାରବ । ଏପରି ଏକ ଖୁସି ଖବର ଶୁଣିବା ପରେ ସମସ୍ତ ଗ୍ରାମବାସୀ ଜାହ୍ନବୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।