Odiapua.com

ଜାଲ ସାର୍ଟିଫିକେଟ ଧରପଗଡ: ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କ ସାର୍ଟିଫିକେଟ ଯାଂଚ

ବାଲିଗୁଡା, ୧/୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଆସଙ୍କାକୁ ନେଇ ବାଲିଗୁଡା ବ୍ଲକର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସାାର୍ଟିଫିକେଟ ତନଖି ତଦନ୍ତ କରାଯାଉଛି। ବାଲିଗୁଡାର ଗୋଷ୍ଠି ସାଧନା କେନ୍ଦ୍ରରେ ବିଇଓ ଚିତ ରଂଜନ ତ୍ରୀପାଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ କରାଯାଉଛି ସାର୍ଟିଫିକେଟର ଯାଂଚ। ଆଜି ବାଲିଗୁଡା ଏହି ପକ୍ରିୟା ଆରମ୍ଭ ହୋଇଛି।ବିଇଓ ଚିତ ରଂଜନ ତ୍ରିପାଠୀ କହିଛନ୍ତି ଯେ ବାଲିଗୁଡା ବ୍ଲକର ସବୁ ବର୍ଗର ଶିକ୍ଷକ ମାନଙ୍କ ଆସିଥିବା ନିୟମ ପ୍ରକାରେ ଯାଂଚ କରାଯିବ ବୋଲି କହିଛନ୍ତି। ଏହି ପକ୍ରିୟା ଆଗକୁ ଜାରି ରହିବ ବୋଲି କହିଛନ୍ତି।ପ୍ରଶାସନର ଏହି ଧରପଗଡକୁ ନେଇ ଶିକ୍ଷକ ମହଲରେ ଭାଲେଣି ପଡିଡଛି ଓ କିଏ ଜାଲ ବା ମିଥ୍ୟା ସାର୍ଟିଫିକେଟ ଦେଇ ଚାକିରି ହାତେଇଛି ତାହା ଏବେ ପଦାର ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।