Odiapua.com

ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ବରିଷ୍ଠ କିରାଣିଙ୍କୁ ଚାକିରୀରୁ ବହିଷ୍କୃତ କଲେ ଜିଲ୍ଲାପାଳ

ମାଲକାନଗିରି, ୩୧।୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ଗତ ୧୯୯୬ ମସିହାରେ ଜାଲଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣି ପରେ ପ୍ରମୋଶ ନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲଷ୍ମୀପ୍ରିୟା ବେହେରାଙ୍କୁ ଆଜି ମାଲକାନଗିରି ଜିଲ୍ଲା ପାଳ ଡ଼ଃ ୟେଦୁଲା ବିଜୟ ଚାକିରୀରୁ ବହିଷ୍କୃତ କରିଛନ୍ତି। ସୂଚନା ଯୋଗ୍ୟଯେ, କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଲଷ୍ମୀପ୍ରିୟା ବେହେରା ସେ ଓବିସି କେଟେ ଗେରି ହୋଇଥିବା ବେଳେ ଜାଲ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ମାଲକାନଗିରି ଜିଲ୍ଲାରେ କନିଷ୍ଟ କିରଣୀ ଭାବେ ଚାକିରୀ କରିଥିଲେ। ନିକଟରେ ତାଙ୍କର ବରିଷ୍ଠ କିରାଣିକୁ ପଦୋନ୍ନତୀ ହୋଇଥିଲା। ସେ ଜାଲ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ସମ୍ପର୍କରେ କେହି ଜଣେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ତଦନ୍ତରୁ ଜାଲ ଜାତିଗତ ପ୍ରମାଣ ପତ୍ର ପ୍ରମାଣ ମିଳିବାପରେ ଲଷ୍ମୀପ୍ରିୟାଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିସ୍କୃତ କରିବା ସହ ଚାକିରୀ କାଳରେ ସରକାରଙ୍କ ଠାରୁ ପାଇଥିବା ଦରମା ବାବଦକୁ ଟଙ୍କା ପୈଠ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାର ଡେପୁଟି କଲେକ୍ଟର ଦୁର୍ଗା ପ୍ରସାଦ ଦୋରା ଗଣ ମାଧ୍ୟମକୁ ଆଜି ସୂଚନା ଦେଇଛନ୍ତି। ବହିସ୍କୃତ କିରାଣି ଲଷ୍ମୀପ୍ରିୟା ଛୁଟିରେ ଥିବାରୁ ତାଙ୍କର ମତାମତ ମିଳିନାହିଁ।