Odiapua.com

ଜାରକାରେ ସର୍ବଭାରତୀୟ ସିକୁ କପ ଟୁର୍ଣ୍ଣାମେଣ୍ଟ ବିଶାଖାପାଟଣାକୁ ହରାଇ ଝାଡଖଣ୍ଡ ସେମିରେ

ଯାଜପୁର ୮-୧୧ (ଓଡିଆ ପୁଅ/ମାନସ ରାଉତ): ଧର୍ମଶାଳା ବ୍ଲକ ଜାରକା ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ସିକୁ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅନୁଷ୍ଠିତ ୨ୟ କ୍ୱାଟର ଫାଇନାଲ ମ୍ୟାଚରେ ଝାଡଖଣ୍ଡ ୫ ଓି୍ୱକେଟରେ ବିଶାଖାପାଟଣାକୁ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି।

ଆଜି ଖେଳରେ ଟଚ ଜିତି ସୁପର ନୋଭାସ ବିଶାଖାପାଟଣା ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୩୦ ଓଭର ମଧ୍ୟରୁ ୨୬.୨ ଓଭରରେ ସମସ୍ତ ଓି୍ୱକେଟ ହରାଇ ୧୮୭ ରନର କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ପ୍ରକାଶ ୬୫ରନ ଓ ଆପା ରାଓ ୪୫ ରନ ସଂଗ୍ରହ କରିଥିଲେ। ଝାଡଖଣ୍ଡର ରୋନୀ ଯାଦବ ୩ଟି, କାର୍ତ୍ତିକ ଓ ଚନ୍ଦନ ଯାଦବ ୨ଟି ଲେଖାଁଏ ଓି୍ୱକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ ୟୁନିୟନ ସ୍ପୋଟିଂ ଝାଡଖଣ୍ଡ ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ଅମିତ ସିଂଙ୍କ ଧୁଆଁଧାର ବ୍ୟାଟିଂ ସହାୟତାରେ ବିଜୟର ଦ୍ୱାର ଉନ୍ମୁକ୍ତ କରିଥିଲା। ଅମିତଙ୍କ ୧୦୪ ରନ (୬୫ ବଲ) ସଂଗ୍ରହ କ୍ରମେ ଦଳ ୨୪.୧ ଓଭରରେ ମାତ୍ର ୫ଟି ଓି୍ୱକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା। ବିଶାଖାପାଟଣାର ରଫିକ୍ ୨ଟି ଓ ଚନ୍ଦୁ ଗୋଟିଏ ଓି୍ୱକେଟ ନେଇଥିଲେ। ଖେଳକୁ ଦିଲ୍ଲୀପ ସାମଲ ଓ ସମରେନ୍ଦ୍ର ପାତ୍ର ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଶତକ ହାସଲ କରିଥିବା ଅମିତ ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଦିଲିପ ବିଲ୍ଡ କମ୍ପାନୀର ପୋଜେକ୍ଟ ହେଡ କମଲ ଚୌହ୍ୱାନ ଅତିଥି ଭାବରେ ଯୋଗଦେଇ ପୁରସ୍କୃତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ରାୟ ଓ ଉପାଧ୍ୟକ୍ଷ ହିମାଁଶୁ ଶେଖର ସାହୁ ଉପସ୍ଥିତ ଥିଲେ। ସେହିପରି ଖେଳର ସ୍କୋରରେ ଚିତ୍ତରଞ୍ଜନ ମହାନ୍ତି ଓ ସୁବାଶିଷ ଦାସ ସହଯୋଗ କରିଥିଲେ। ୭ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ ଝାଡଖଣ୍ଡ ଓ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।