Odiapua.com

ଜାମ୍ମୁ-କାଶ୍ମୀର ଉପରେ ସୁପ୍ରୀମ କୋର୍ଟର ବଡ଼ ଫଇସଲା – ‘ଅଣ ଆବଶ୍ୟକ ଆଦେଶ ଫେରାଇ ନିଅ, ସମ୍ପୂର୍ଣ୍ଣ ଇଣ୍ଟରନେଟ ବନ୍ଦ କରିବା ବହୁତ ଶକ୍ତ ପଦକ୍ଷେପ’

ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଜାମ୍ମୁ-କାଶ୍ମୀରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ କରିବା ଏବଂ ଲୋକମାନଙ୍କର ଯାତାୟାତ ଉପରେ ରୋକ ଲଗାଇବା ବିରୁଦ୍ଧରେ ଦାଖଲ ଯାଚିକାଗୁଡ଼ିକ ଉପରେ ରାୟ ଶୁଣାଇଛନ୍ତି। ଯାଚିକା କର୍ତ୍ତାମାନେ କହିଛନ୍ତିଯେ, ପାବନ୍ଧି ଅବୈଧ ଭାବରେ ଲଗାଯାଇଛି, ଏହାଦ୍ୱାରା ଲୋକମାନଙ୍କର ମୌଳିକ ଅଧିକାରକୁ ହତ୍ୟା କରାଯାଇଛି।

ସୂଚନାଯୋଗ୍ୟଯେ, ଜାମ୍ମୁ-କାଶ୍ମୀରରେ ଆର୍ଟିକଲ ୩୭୦ ହଟାଯିବା ପରେ ଘାଟୀରେ ଇଣ୍ଟରନେଟ ଏବଂ ନେତାମାନଙ୍କୁ ନଜରବନ୍ଦ କରିବା ପରି ପାବନ୍ଧୀ ଉପରେ ଆଜି ସୁପ୍ରୀମ କୋର୍ଟରେ ଶୁଣାଣି ହେଉଛି। ସୁପ୍ରୀମ କୋର୍ଟ ନିଜର ଫଇସଲାରେ କହିଛନ୍ତି କି ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇବା ବହୁତ ଶକ୍ତ ପଦକ୍ଷେପ ଅଟେ। କେବଳ ଏହି ନୁହେଁ କୋର୍ଟ କହିଛନ୍ତି କି ଲୋକମାନଙ୍କର ଅସହମତି ଜଣାଇବା ତାଙ୍କର ଅଧିକାର। କୋର୍ଟ କହିଛନ୍ତି ଇଣ୍ଟରନେଟ ଉପରେ ରୋକ ସେତେବେଳେ ଲାଗିପାରେ, ଯେତେବେଳେ ସୁରକ୍ଷା ପ୍ରତି ଗମ୍ଭୀର ବିପଦ ଅଛି।

ମଝିରେ ଆଦେଶଗୁଡ଼ିକର ସମୀକ୍ଷା ହେବା ଆବଶ୍ୟକ :

କେବଳ ଏତିକି ନୁହେଁ କୋର୍ଟ କହିଛନ୍ତିଯେ, ‘’ଧାରା ୧୪୪ ଲଗାଇବା ସମୟରେ ମଧ୍ୟ ଗଭୀରତାର ସହିତ ବିଚାର ହେବା ଆବଶ୍ୟକ। କୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି କି ସମସ୍ତ ଆଦେଶ ପ୍ରକାଶିତ କରନ୍ତୁ ସରକାର। ଭବିଷ୍ୟତରେ ମଧ୍ୟ ଏମିତି ହେଉ ଯାହାଫଳରେ କେହି ମଧ୍ୟ ଏହି ଆଦେଶକୁ ଚ୍ୟାଲେଞ୍ଜ କରିପାରିବେ। କୋର୍ଟ କହିଛନ୍ତି, ଇଣ୍ଟରନେଟ ଉପରେ ଏକ ସମୟ ସୀମା ପାଇଁ ହିଁ ରୋକ ଲାଗିପାରେ ଏବଂ ମଝି ମଝିରେ ସମୀକ୍ଷା ହେବା ଆବଶ୍ୟକ।

ସୁପ୍ରୀମ କୋର୍ଟ କହିଲେ କି ସରକାର ନିଜର ସମସ୍ତ ଆଦେଶଗୁଡ଼ିକୁ ପୁନଃ ଦେଖନ୍ତୁ। ଯାହା ଅଣଆବଶ୍ୟକ, ତାହା ଫେରାଇ ନିଅନ୍ତୁ। କୋର୍ଟ କହିଲେ କି ଚିକିତ୍ସା ପରି ଜରୁରୀକାଳୀନ ମୌଳିକ ସେବାରେ କୌଣସି ବାଧା ନ ଆସିୁ ଏବଂ ସରକାର ସମସ୍ତ ପ୍ରକାରର ଆଦେଶଗୁଡ଼ିକର ସମୀକ୍ଷା କରନ୍ତୁ ଏବଂ ତାକୁ ପ୍ରକାଶିତ କରନ୍ତୁ। କୌଣସି ମଧ୍ୟ ଆଦେଶ ନ୍ୟାୟିକ ସମୀକ୍ଷାରୁ ବଞ୍ଚିତ ନରହୁ।