Odiapua.com

ଜାମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସେବା ପୁନଃ ସ୍ଥାପିତ, ଧାରା ୩୭୦ ହଟାଇବା ପରଠାରୁ ସେବା ସ୍ଥଗିତ ରଖାଯାଇଥିଲା

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସେବା ପୁନଃ ସ୍ଥାପିତ ହୋଇଛି। ଧାରା ୩୭୦ ଅପସାରଣ ସମୟରୁ ଏଠାରେ ସେବା ବନ୍ଦ ରହିଥିଲା।

ସୂଚନାଯୋଗ୍ୟଯେ, ଅଗଷ୍ଟ ୫, ୨୦୧୯ ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ରଦ୍ଦ କରିଦେଇଛନ୍ତି। ଏହା ସହିତ ଜାମ୍ମୁ କାଶ୍ମୀରକୁ ଦୁଇଟି ୟୁନିଅନ୍ (ଜାମ୍ମୁ କାଶ୍ମୀର ଏବଂ ଲଦାଖ) ଅଞ୍ଚଳରେ ବିଭକ୍ତ କରାଯାଇଥିଲା।