Odiapua.com

ଜାମ୍ମୁକାଶ୍ମୀରରେ ଓଡ଼ିଆ ଜବାନଙ୍କ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକପ୍ରକାଶ, ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର, ୧୯.୬ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାମ୍ମୁ କାଶ୍ମୀରରେ ଶହୀଦ ହୋଇଥିବା ଓଡ଼ିଆ ଜବାନ ଅଜିତ କୁମାର ସାହୁଙ୍କ ପାଇଁ ଗଭୀର ଶୋକପ୍ରକାଶ କରିଛନ୍ତି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶହୀଦ ଅଜିତ ସାହୁ ଦେଶର ସୁରକ୍ଷା ଓ ଏକତା ପାଇଁ ଚରମ ତ୍ୟାଗ ଓ ବଳିଦାନ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଜାମ୍ମୁ କାଶ୍ମୀରରେ ଉଗ୍ରପନ୍ଥୀ ଆକ୍ରମଣରେ ଓଡିଶାର ଅଜିତ କୁମାର ସାହୁ ଶହିଦ ହୋଇଛନ୍ତି। ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବଡସୁଆଁଳ ଗ୍ରାମର ଅଧିବାସୀ।

ଆତଙ୍କବାଦୀ କାର୍ଯ୍ୟକଳାପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଏବଂ ଶହୀଦଙ୍କ ନିକଟତମ ଆମ୍ଭୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।