Odiapua.com

ଜାପାନୀ ମହିଳା ସହିତ ଦିଲ୍ଲୀରେ ଅସଦାଚରଣ, ରଙ୍ଗ ସହ ମୁଣ୍ଡରେ ଅଣ୍ଡା ଫୁଟାଇବା ପଡ଼ିଲା ମହଁଗା, ୩ କୁ ଧରିଲା ପୋଲିସ

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଜାପାନୀ ମହିଳା ସହିତ ଦିଲ୍ଲୀରେ ହୋଲି ଖେଳିବା ଏବଂ ଅସଦାଚରଣ କରିବା ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ଏହା ସହ କିଛି ଯୁବକ ଯୁବତୀଙ୍କ ମୁଣ୍ଡରେ ମୁଣ୍ଡରେ ଅଣ୍ଡା ଫୁଟାଇବା ସେମାନଙ୍କୁ ମହଁଗା ପଡ଼ିଛି। ଏହି ମାମଲାରେ ୩ ଜଣଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।

ଏହି ଘଟଣା ଦିଲ୍ଲୀର ପହାଡ଼ଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଭାଇରାଲ୍ ଭିଡିଓରେ ଜଣେ ବାଳିକାକୁ କିଛି ଲୋକ ଘେରି ରହିଛନ୍ତି। ଜାପାନିଜ ମହିଳାକୁ ବଳପୂର୍ବକ ରଙ୍ଗ ଲଗାଉଥିବା କରୁଥିବା କିଛି ଯୁବକମାନଙ୍କର ଭିଡ଼ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ମଙିଳା ଜଣକ ଏହି ଯୁବକଙ୍କ କବଳରୁ ରକ୍ଷା ପାଇବାକୁ ଚେଷ୍ଟା କରନ୍ତି, କିନ୍ତୁ ତାଙ୍କୁ ଲଗାତାର ଧରି ରଙ୍ଗ ବୋଳାଯାଉଛି।

ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ପରେ ଅନେକ ଲୋକ ଦିଲ୍ଲୀ ପୋଲିସ୍ କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହୁଛନ୍ତି। ଏହି ଅଭିଯୋଗରେ ଦିଲ୍ଲୀ ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ଏହି ତିନୋଟି ମଧ୍ୟରୁ ଜଣେ ମଧ୍ୟ ନାବାଳକ ଥିବାର ଖବର ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଭିଡିଓ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜି ଥିଲା। ଧରାଯିବା ପରେ ଅଭିଯୁକ୍ତମାନେ ନିଜ ଅପରାଧ ସ୍ୱୀକାର କରିଛନ୍ତି। ଏହି ଘଟଣା ବୁଧବାର (୮ ମାର୍ଚ୍ଚ ୨୦୨୩) ଦିଲ୍ଲୀର ପହାଡ଼ଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଅଟେ।

ଏହି ଘଟଣାକୁ ସୋସିଆଲ ମିଡିଆରେ ସେୟାର କରି ଅନେକ ଲୋକ ଦିଲ୍ଲୀ ପୋଲିସର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ମହିଳାଙ୍କ ମଧ୍ୟରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଅଛନ୍ତି।

ମିଡ଼ିଆ ରିପୋର୍ଟ୍ସ ଅନୁଯାୟୀ, ପୀଡିତା ଦିଲ୍ଲୀ ପୋଲିସ କିମ୍ବା ଜାପାନ ଦୂତାବାସରେ ଅଭିଯୋଗ କରିନାହାଁନ୍ତି। ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୧ ନାବାଳକ ସମେତ ମୋଟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ପହରଗଞ୍ଜ ଏବଂ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି, ଯାହା ଉପରେ ଡିପି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।