Odiapua.com

ଜାପାନରେ ମୃତ ବରଣ କରିଥିବା ଦୁଇ ଓଡିଆଙ୍କ ମୃତଶରୀର ଓଡ଼ିଶା ଫେରିଲା 

ଭୁବନେଶ୍ୱର ୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଜାପାନରେ ରୋଷେୟା ଭାବେ କାର୍ଯ୍ୟ କରି ଥିବା ଦୁଇ ଓଡିଆ ଗ୍ୟାସ୍ ଲିକ୍ ଯୋଗୁଁ ଜାପାନରେ ପ୍ରାଣ ହରାଇଥିଲେ ସେମାନେ ହେଲେ ବାଲେଶ୍ବରର ଶେଖ୍ ମନ୍ତାଜ୍ ଓ ଯାଜପୁରର ଶେଖ୍ ବାହାରୁଦ୍ଦିନ ।

ଦୁଇ ଓଡିଆଙ୍କ ମୃତ ଦେହ ଜାପାନରୁ ବିମାନ ଯୋଗେ କୋଲକାତା ବିମାନ ବନ୍ଦରରେ ପହଞ୍ଚିଥିବା ସୂଚନା ମିଳିଛି । ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଉଭୟଙ୍କ ମୃତଦେହ ଗାଁକୁ ପଠାଯାଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆର୍ଥିକ ସହାୟତା  ଆବାହକ ଅରୂପ ପଟ୍ଟନାୟକ ପ୍ରଦାନ କରିଥିବା ଜଣାପଡିଛି। ଗତ ୨୯ ତାରିଖରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ମୃତ ଦେହ ଫେରାଇ ଆଣିବାକୁ ହସ୍ତକ୍ଷେପ କରିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ।