ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହ୍ୟାଣ୍ଡ ବଲ୍ କ୍ରୀଡ଼ାରେ ଜାତୀୟ ସ୍ତରର ଖେଳାଳି ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ବାଗୁରାଇ ସ୍ଥିତ ପି ଏମ ଶ୍ରୀ ବିନ୍ଦୁ ମାଧବ ବଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବ୍ୟାଂଶୁ ସିଂ ଙ୍କୁ ବିଦ୍ୟାଳୟରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏବଂ କ୍ରୀଡା ଶିକ୍ଷକ ତପନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ସାହିତ୍ୟ ସଂସ୍କୃତି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ଜିଲ୍ଲାପାଳ ଦିଲୀପ ରାଉତରାୟ ଅତିଥି ଭାବେ ଯୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦିବ୍ୟାଂଶୁ ୭ମ ଶ୍ରେଣୀର ଛାତ୍ର । ସେ ରାଜସ୍ଥାନ ରେ ଅନୁଷ୍ଠିତ ଜାତୀୟ ସ୍ତରର ହ୍ୟାଣ୍ଡ ବଲ କ୍ରୀଡା ରେ ଭାଗ ନେଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।