Odiapua.com

ଜାତୀୟ ସ୍ତରୀୟ ସବ୍‌ଜୁନିଅର ବାସ୍କେଟ ବଲ ପ୍ରତିଯୋଗିତା ଓଡ଼ିଶା ଦଳରେ ଲିପ୍‌ଶିଖା ସାମିଲ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିମାଚଳ ପ୍ରଦେଶର କଙ୍ଗ୍ରାରେ ଅନୁଷ୍ଠିତ ହେବାକୁ ଥିବା ୪୬ତମ ଜାତୀୟ ସବ୍‌ଜୁନିଅର ବାସ୍କେଟ ବଲ୍ ପ୍ରତିଯୋଗିତା ନିମନ୍ତେ ଘୋଷିତ ଓଡ଼ିଶା ବାଳିକା ଦଳରେ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଲିପ୍‌ଶିଖା ମହାଳିକ ସ୍ଥାନ ପାଇଛନ୍ତି। ତାଙ୍କ ଘର ଭଦ୍ରକ ପୌରପାଳିକା ଅନ୍ତର୍ଗତ କୁଆଁସ ଗ୍ରାମରେ। ସେ ମାତା ସନ୍ଧ୍ୟାରାଣୀ ସେନାପତି ଓ ପିତା ବିଚିତ୍ରାନନ୍ଦ ମହାଳିକଙ୍କ କନ୍ୟା। ସେ ବାରବାଟୀ ଷ୍ଟାଡିୟମରେ ଗତ ୩୦ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଦଳରେ ସ୍ଥାନ ପାଇଛନ୍ତି। ତାଙ୍କ ଚୟନକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବନଲତା ସାହୁ, କ୍ରୀଡ଼ା ଶିକ୍ଷୟିତ୍ରୀ ଜୟମିନ ପରିଡ଼ା, ଶିକ୍ଷକ ମନୋଜ ସାହୁ, ପ୍ରଜ୍ଞା ବଳ, ଜିଲ୍ଳା ଆଥ୍‌ଲେଟିକ୍ ଆସୋସିଏସନର ସମ୍ପାଦକ ଧିରେନ ପଲାଇ ଶୁଭେଚ୍ଛା ଜଣାଇଛନ୍ତି। ଲିପ୍‌ଶିଖା ଦୀର୍ଘ ୮ ମାସ ଧରି କ୍ରୀଡ଼ା ଶିକ୍ଷକ ମନୋଜ ସାହୁଙ୍କ ଠାରୁ ନିୟମିତ ତାଲିମ ଗ୍ରହଣ କରୁଥିଲେ।