Odiapua.com

ଜାତୀୟ ସ୍ତରୀୟ କନିଷ୍ଠ ଟେନିସବଲ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାରୁ ୬ ଖେଳାଳୀ ମନୋନୀତ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉତରପ୍ରଦେଶ ର ଆଗ୍ରା ଠାରେ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ କନିଷ୍ଠ (୧୯ ବର୍ଷରୁ କମ )ଟେନିସବଲ କ୍ରିକେଟ ପ୍ରତିଯୋଗିତା ଟି ୧୯ ଡିସେମ୍ବର ରୁ ଆରମ୍ଭ ହୋଇ ୨୧ ଡିସେମ୍ବର ୨୦୨୫ ରେ ସମାପ୍ତ ହେବ ।ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ୧୪ ଜଣ ବାଳକ ଓ ବାଳିକା ଖେଳାଳୀ ଙ୍କ ନାମ ଘୋଷଣା କରିଛି , ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ପ୍ରତିଭାମୟୀ ଦାସ, ପ୍ରତିକ୍ଷା ଦାସ,ମନିଷା ସାହୁ ଅଭିସିକ୍ତା ଦାସ୍ , ବାଳକ ବିଭାଗରେ ଚନ୍ଦନ ପାତ୍ର ଓ ପ୍ରିତମ୍ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି । ଏହି ସଫଳତା ନିମନ୍ତ୍‌ତେ ଭଦ୍ରକ ଜିଲ୍ଲା ଟେନିସ ବଲ କ୍ରିକେଟ ସଂଘର ସଂପାଦକ ମନୋଜ କୁମାର ସାହୁ , ସଭାପତି ଦେବବ୍ରତ ଜେନା, କାର୍ଯ୍ୟକାରୀ ସଭାପତି ତନ୍ମୟ ମହାନ୍ତି , ଉପ ସଭାପତି ଗୌରହରି ମଣ୍ଡଳ ମନୋଜ ଦାସ, ପବିତ୍ର ମୋହନ ଖିଲାର ‘ ସହିଦ୍ ଖାନ୍ , ସହ ସଂପାଦକ ବି ପିତାମ୍ବର ରେତି ଓ କ୍ରିକେଟ କୋଚ୍ ଅସିତ୍ ଦାସ୍ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି ।