Odiapua.com

ଜାତୀୟ ସେବା ଯୋଜନା ଦିବସ ପାଳିତ

ପୁରୀ, ୨୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୫୨ ତମ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। କରୋନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମ ଟି ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ସୁଜାତା ମିଶ୍ର ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ପୂର୍ବକ ସମସ୍ତ ସ୍ୱେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଧେୟ ବାକ୍ୟ ମୁ ମୋ ପାଇଁ ନୁହେଁ ବରଂ ତୁମ ପାଇଁ ଜୀବନ କୁ ସାକାର କରିବା ସହ ଜଣେ କୋଭିଡ୍ ଯୋଦ୍ଧା ରୂପେ ସାମାଜିକ ଗଣମାଧ୍ୟମ ଦ୍ୱାରା ଜନ ସଚେତନତା କରିବା ଦିଗରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଡଃ ଉମେଶ ଚନ୍ଦ୍ର ଚିନ୍ନାରା ପୂର୍ବତନ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇ ରୋଲ ଅଫ୍ ଏନଏସଏସ ଭଲୁଏନଟର୍ସ ଆଫଟର କଲେଜ ଲାଇଫ୍ ବିଷୟରେ ସରଳ ଉଦାହାରଣ ମାଧ୍ୟମରେ ଦିଗ୍ ଦର୍ଶନ କରାଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡଃ ଅଶୋକ ସିଂ ଓ ଡଃ ଶାରଦା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।