Odiapua.com

ଜାତୀୟ ସାଇକେଲ ଚାଳନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ସତ୍ୟଜିତ ଗୋଚ୍ଛାୟତ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାରିକପୁର ଅଞ୍ଚଳର ସତ୍ୟଜିତ ଗୋଚ୍ଛାୟତ(୧୨) ଆଗାମୀ ଜାନୁୟାରୀ ୫ ତାରିଖରେ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଗତ ୧୨ ଓ ୧୩ ତାରିଖରେ ଚରମ୍ପା ଠାରେ ଅନୁଷ୍ଠିତ ୩୯ତମ ରାଜ୍ୟ ସାଇକେଲ ଚାଳନା ପ୍ରତିଯୋଗୀତାରେ ସର୍ବକନିଷ୍ଠ ବର୍ଗରେ ସତ୍ୟଜିତ ଚାମ୍ପିଅନ ହେବା ସହ ଜାତୀୟ ଚାମ୍ପିଅନସିନ ପ୍ରତିଯୋଗୀତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନଗୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାସ ଗୋଚ୍ଛାୟତଙ୍କ ପୁତ୍ର ସତ୍ୟଜିତ ଇଚ୍ଛଦା ପୁରୁଷୋତ୍ତମ ପବ୍ଲିକ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଅଟନ୍ତି। ସାଇକେଲ ଚାଳନା ପ୍ରତି ସତ୍ୟଜିତଙ୍କ ଋଚି ଓ ଅଭ୍ୟାସ ତାଙ୍କୁ ଜାତୀୟସ୍ତରକୁ ନେଇପାରିଛି ବୋଲି ପିତା ସୁବାସ ପ୍ରକାଶ କରିଛନ୍ତି। ଏଥିପାଇଁ ସତ୍ୟଜିତଙ୍କୁ ଉପଯୁକ୍ତ ଭାବେ ତାଲିମର ବ୍ୟବସ୍ଥା କରି ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରାଇବେ ବୋଲି ସେ ସୂଚନା ଦେଇଛନ୍ତି।